ଜେଡିୟୁରେ ସାମିଲ ହେଲେ ପ୍ରଶାନ୍ତ କିଶୋର ! ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତକାରୀ ଭାବେ ବେଶ ଜଣାଶୁଣା ପ୍ରଶାନ୍ତ । 

28

କନକ ବ୍ୟୁରୋ : ଜେଡିୟୁରେ ସାମିଲ ହେଲେ ପ୍ରଶାନ୍ତ କିଶୋର । ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତକାରୀ ଭାବେ ପରିଚିତ ପ୍ରଶାନ୍ତ କିଶୋର ନୀତିଶ କୁମାରଙ୍କ ଜେଡିୟୁରେ ସାମିଲ ହୋଇଛନ୍ତି । ଏନେଇ ଦଳୀୟ କାର୍ଯ୍ୟକାରିଣୀ ବୈଠକରେ ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

ଗତ କିଛି ଦିନ ଧରି ଏନେଇ ଚର୍ଚ୍ଚା ଲାଗି ରହିଥିଲା ଯେ ଆଗାମୀ ଲୋକସଭା ନିର୍ବାଚନ ନେଇ ଜେଡିୟୁର କାର୍ଯ୍ୟକାରିଣୀ ବୈଠକରେ ପ୍ରଶାନ୍ତ କିଶୋର ସାମିଲ ହେବେ । ତେବେ ବିଧିବଦ୍ଧ ଭାବେ ସେ ଜେଡିୟୁରେ ସାମିଲ ହୋଇଛନ୍ତି । ତେଣୁ ଆଗାମୀ ନିର୍ବାଚନରେ କୌଣସି ଅନ୍ୟ ଦଳ ପାଇଁ ରଣନୀତି ପ୍ରସ୍ତୁତ କରିବେ ନାହିଁ । ପ୍ରଶାନ୍ତ କିଶୋର ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ପ୍ରଚାରକୁ ମୋଦି ହାୱାରେ ପରିଣତ କରିଥିଲେ । ଏହାସହ ୨୦୧୫ରେ ବିହାର ମହାମେଂଟ ଓ ୨୦୧୭ରେ ୟୁପି ଓ ପଂଜାବ ବିଧାନସଭା  ନିର୍ବାଚନରେ କଂଗ୍ରେସ ପାଇଁ କାମ କରିସାରିଛନ୍ତି । ତେବେ ଜେଡିୟୁରେ ଏବେ ପ୍ରଶାନ୍ତ କିଶୋରଙ୍କ ସାମିଲ ହେବା ଦଳ ପାଇଁ ଏକ ବଡ ଫାଇଦା ବୋଲି ବିଚାର କରାଯାଉଛି ।