ଲୋକସଭା ନିର୍ବାଚନ ୨୦୧୯ ରେ ଦେଢ ଡଜନରୁ ଅଧିକ ଅଛନ୍ତି ସିନେତାରକା । ବିଜେପି ଟିକେଟ୍ ରେ ଅଧିକ ରହିଛନ୍ତି ଫିଲ୍ମ କ୍ୟାଣ୍ଡିଡେଟ୍ । ସନ୍ନି ଦେଓଲ,ନିରହୁଆ,ରବିକିଶନ୍,ଜୟାପ୍ରଦାଙ୍କ ଭାଗ୍ୟର ପରୀକ୍ଷା ଆଜି । ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ମଧ୍ୟ ସିନେତାରକାଙ୍କୁ ଦେଇଛନ୍ତି ଟିକେଟ୍ । ରାମପୁରରେ ଆଜମ୍ ଖାନଙ୍କ ଆଗରେ ଅଛନ୍ତି ଜୟାପ୍ରଦା । ଦିଲ୍ଲୀ ନର୍ଥ ୱେଷ୍ଟ ସିଟରେ ଗାୟକ ହଂସରାଜ ହଂସ ଆଗୁଆ । ବାଙ୍ଗାଲୋରରେ ପ୍ରକାଶ ରାଜ ପଡିଲେ ପଛରେ । /kanak/media/post_attachments/wp-content/uploads/2019/05/ec-issues-notice-to-sunny-deol-for-violating-poll-code-2019-05-18-300x240.jpg)
ସେପଟେ ଆଜମଗଢ ଲୋକସଭା ସିଟରୁ ଅଖିଲେଶ୍ ଯାଦବଙ୍କ ଠାରୁ ପଛରେ ପଡିଛନ୍ତି ଭୋଜପୁରୀ ଅଭିନେତା ନିରହୁଆ । ଗୋରଖପୁରରେ ଆଗୁଆ ଚାଲିଛନ୍ତି ରବି କିଶନ୍ । ପଶ୍ଚିମବଙ୍ଗରେ ବିଜେପିର ବାବୁଲ୍ ସୁପ୍ରିୟୋ ୨୦୦୦ ଭୋଟରେ ଚାଲୁଛନ୍ତି ଆଗୁଆ । କଂଗ୍ରେସ ଅମେଠି ସିଟରୁ ରାହୁଲଙ୍କୁ ପଛରେ ପକାଇ ଆଗରେ ଚାଲୁଛନ୍ତି ସ୍ମୃତି ଇରାନୀ । ପଞ୍ଜାବ ଗୁରୁଦାସପୁରରେ ସନ୍ନି ଦେଓଲ ଆଗୁଆ ।
Follow Us
/kanak/media/post_attachments/wp-content/uploads/2019/05/1554291429-Nirhua_and_akhilesh_yadav-300x225.jpg)