ଲୋକସଭା ନିର୍ବାଚନ ୨୦୧୯ ରେ ଦେଢ ଡଜନରୁ ଅଧିକ ଅଛନ୍ତି ସିନେତାରକା । ବିଜେପି ଟିକେଟ୍ ରେ ଅଧିକ ରହିଛନ୍ତି ଫିଲ୍ମ କ୍ୟାଣ୍ଡିଡେଟ୍ । ସନ୍ନି ଦେଓଲ,ନିରହୁଆ,ରବିକିଶନ୍,ଜୟାପ୍ରଦାଙ୍କ ଭାଗ୍ୟର ପରୀକ୍ଷା ଆଜି । ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ମଧ୍ୟ ସିନେତାରକାଙ୍କୁ ଦେଇଛନ୍ତି ଟିକେଟ୍ । ରାମପୁରରେ ଆଜମ୍ ଖାନଙ୍କ ଆଗରେ ଅଛନ୍ତି ଜୟାପ୍ରଦା । ଦିଲ୍ଲୀ ନର୍ଥ ୱେଷ୍ଟ ସିଟରେ ଗାୟକ ହଂସରାଜ ହଂସ ଆଗୁଆ । ବାଙ୍ଗାଲୋରରେ ପ୍ରକାଶ ରାଜ ପଡିଲେ ପଛରେ । publive-image

Advertisment

ସେପଟେ ଆଜମଗଢ ଲୋକସଭା ସିଟରୁ ଅଖିଲେଶ୍ ଯାଦବଙ୍କ ଠାରୁ ପଛରେ ପଡିଛନ୍ତି ଭୋଜପୁରୀ ଅଭିନେତା ନିରହୁଆ । ଗୋରଖପୁରରେ ଆଗୁଆ ଚାଲିଛନ୍ତି ରବି କିଶନ୍ । ପଶ୍ଚିମବଙ୍ଗରେ ବିଜେପିର ବାବୁଲ୍ ସୁପ୍ରିୟୋ ୨୦୦୦ ଭୋଟରେ ଚାଲୁଛନ୍ତି ଆଗୁଆ । କଂଗ୍ରେସ ଅମେଠି ସିଟରୁ ରାହୁଲଙ୍କୁ ପଛରେ ପକାଇ ଆଗରେ ଚାଲୁଛନ୍ତି ସ୍ମୃତି ଇରାନୀ । ପଞ୍ଜାବ ଗୁରୁଦାସପୁରରେ ସନ୍ନି ଦେଓଲ ଆଗୁଆ ।

publive-image