ରାତି ପାହିଲେ ହେବ ନେତାଙ୍କ ଭାଗ୍ୟ ଗଣତି। ରାଜ୍ୟର ୨୧ ଲୋକସଭା ସମେତ ୧୪୬ ବିଧାନସଭା ଆସନରେ ସକାଳ ୮ଟାରୁ କାଉଣ୍ଟିଂ

ବାହାରିବ ୨୦୧୯ ନିର୍ବାଚନ ପରୀକ୍ଷାର ଫଳ ।

254

କନକ ବ୍ୟୁରୋ: ରାତି ପାହିଲେ ହେବ ନେତାଙ୍କ ଭାଗ୍ୟ ଗଣତି । ବାହାରିବ ୨୦୧୯ ନିର୍ବାଚନ ପରିକ୍ଷାର ଫଳ । ଯାଜପୁର ଜିଲ୍ଲାର ଏନସି କଲେଜ ପରିସରରେ ୭ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଭୋଟ ଗଣତି ହେବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ସକାଳ ୬ଟା ପରେ ଭୋଟ ଗଣତି କେନ୍ଦ୍ର ଭିତରକୁ ପ୍ରବେଶ କରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ । ରାଜନୈତିକ ଦଳର ଏଜେଂଟ ଓ କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ପଥ କରାଯାଇଛି ।

ଭୋଟ ଗଣତି କେନ୍ଦ୍ରକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ପୁରା ଏନସି କଲେଜ ପରିସରକୁ ନୋ-ସ୍ମୋକିଂ ଜୋନ ଭାବେ ଘୋଷଣା କରାଯାଇଛି । ଭୋଟ ଗଣତି କେନ୍ଦ୍ର ମଧ୍ୟ କୌଣସି ମୋବାଇଲ କିମ୍ବା ଇଲୋକ୍ଟ୍ରୋନିକ୍ସ ଉପକରଣ ନେବାକୁ ବାରଣ କରାଯାଇଛି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ ଏବଂ ପରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ୭ଟି ବୁଥର ଇଭିଏମକୁ ଗଣତି କେନ୍ଦ୍ରକୁ ଅଣାଯାଇ ଗଣତି କରାଯିବ । ବିଭିନ୍ନ ଦଳର ଏଜେଂଟ ମାନେ ନିଦ୍ଧିଷ୍ଟ ପାସ ଧରି ଆସିବାକୁ ପରାମର୍ଶ ଦିଆଯାଇଛି ।

କାଉଂଟି ପାଇଁ କାଉଂଟଡାଉନ । କାଲି ସାଧାରଣ ନିର୍ବାଚନର ଭୋଟଗଣତି । ରାଜ୍ୟର ୨୧ଟି ଲୋକସଭା ସମେତ ୧୪୬ଟି ବିଧାନସଭା ପାଇଁ ଭୋଟଗଣତି ହେବ । ସକାଳ ୮ରୁ ଭୋଟଗଣତି ହେବ । ରାଜ୍ୟର ମୋଟ ୬୩ଟି ସ୍ଥାନରେ ଭୋଟଗଣତି ହେବ । ଏଥିପାଇ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି । ଏହାରି ଭିତରେ କେନ୍ଦୁଝରରେ ଗୋଟିଏ ଲୋକସଭା ଓ ୬ ବିଧାନସଭା ପାଇଁ ଜିଲ୍ଲାର ୩ଟି ସ୍ଥାନରେ ଭୋଟ ଗଣତି ହେବ ।

ଆନନ୍ଦପୁର, ଚମ୍ପୁଆ ଓ କେନ୍ଦୁଝରରେ ଏହି ଭୋଟ ଗଣତି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିପାଇଁ ୧୪ ଶହରୁ ଅଧିକ ସରକାରୀ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଖରାକୁ ଦେଖି ନିର୍ବାଚନ କମିଶନ ୨୨ଟି ଜିଲ୍ଲାରେ ଅଧିକା ସଂଖ୍ୟକ ଗଣତି ଟେବୁଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦୁଝରରେ ୧୦ଟି, ଚମ୍ପୁଆରେ ୧୨ଟି, ତେଲକୋଇରେ ୧୦ଟି, ପାଟଣାରେ ୧୦ଟି ଭୋଟ ଗଣତି କେନ୍ଦ୍ର କରାଯାଇଛି ।