କିଏ ଗଢିବ ସରକାର, କିଏ ହେବେ ବିରୋଧୀ? ସବୁ ପ୍ରଶ୍ନର ଆଜି ମିଳିବ ଉତ୍ତର । ଆସିବ ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ଭୋଟ୍ ଗଣତି ।

190

କନକ ବ୍ୟୁରୋ: ଆଜି ଆସିବ ରେଜଲ୍ଟ । ଲୋକସଭା ସହିତ ଓଡିଶା ଏବଂ ଆନ୍ଧ୍ରପ୍ରଦେଶର ବିଧାନସଭା ନିର୍ବାଚନ ଫଳ ଆଜି ପ୍ରକାଶ ପାଇବ । ତେବେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବାକୁ ଥିବାବେଳେ, ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହେବ । ଏହାପରେ ପରେ ଇଭିଏମ୍ ଗଣତି ଆରମ୍ଭ ହେବ, ଆଉ ଟ୍ରେଣ୍ଡ ସାମ୍ନାକୁ ଆସିବ ।

ତେବେ କିଏ ସରକାର ଗଢ଼ିବ, କିଏ ବିରୋଧୀ ଭୂମିକାରେ ରହିବ, ସବୁକିଛିର ଫଇସଲା ହୋଇଯିବ ଆଜି। ଏପ୍ରିଲ ୧୯ରୁ ଜୁନ ୧ ତାରିଖ, ମୋଟ ୪୪ ଦିନରେ ୭ଟି ପର୍ୟ୍ୟାୟରେ ହେଇଥିବା ଭୋଟଗ୍ରହଣ ପରେ, ଆଜି ଜୁନ ୪ ତାରିଖରେ ଭୋଟ ଗଣତି ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ରାଷ୍ଟ୍ରର ନେତା କିଏ ହେବ ତାହା ଆଜି ହିଁ ନିର୍ଦ୍ଧାରଣ ହେବ । ପାଖାପାଖି ଦେଢ଼ ଶହ କୋଟି ଜନତାଙ୍କ ନଜର ରହିଛି ଫଳାଫଳ ଉପରେ । କେବଳ ଭାରତ ନୁହେଁ ସାରା ବିଶ୍ୱର ନଜର ରହିଛି ଏହି ନିର୍ବାଚନ ଉପରେ ।

ଅନ୍ୟପଟେ ଓଡିଶାରେ ମଧ୍ୟ ନିର୍ବାଚନ ଫଳାଫଳ ଉପରେ ନଜର ରହିଛି । ବିଜେଡି ଏଠାରେ ନିଜର ଶାସନ ବଜାୟ ରଖୁଛି, ନା ପଦ୍ମ ଫୁଟୁଛି ତାହା ଉପରେ ରହିଛି ସମସ୍ତଙ୍କର ନଜର । ଅନ୍ୟପଟେ କଂଗ୍ରେସ ମଧ୍ୟ ଏଥର ନିର୍ବାଚନରେ କେତେ ସିଟ୍ ହାତେଉଛି, ତାହା ଉପରେ ମଧ୍ୟ ସମସ୍ତଙ୍କର ଫୋକସ୍ ।