ବିହାର ନିର୍ବାଚନ ଫଳା ଫଳ ରୋମାଞ୍ଚକର । ବର୍ତ୍ତମାନ ଯାଏଁ ଏନଡିଏ ୭୦ ଆସନରେ ବିଜୟଲାଭ କରିଥିବା ବେଳେ ୫୮ ଆସନରେ ମହାଗଠବନ୍ଧନର ବିଜୟ

196

କନକ ବ୍ୟୁରୋ : କୋଭିଡ କଟକଣା ପାଇଁ ବିହାରରେ ଭୋଟ ଗଣତି ବିଳମ୍ବ ହେବାରେ ଲାଗିଛି ସଂନ୍ଧ୍ୟା ୫.୩୦ ସୁଦ୍ଧା ଆସିଥିବା ସୂଚନା ମୁତାବକ ଏବେ ବି ଏନଡିଏ ମହାଗଠବନ୍ଧନ ଠାରୁ ଆଗରେ ରହିଛି । ଏହା ମଧ୍ୟରେ କିଛି ଆସନରେ ସମ୍ପୂର୍ଣ୍ଣ ଫଳା ଫଳ ଆସି ସାରିଛି । ୭୦ ଟି ଆସନରେ ଏନଡିଏ ପ୍ରାର୍ଥୀ ମାନେ ଜିତିସାରିଥିବା ବେଳେ ୫୧ ଟି ଆସନରେ ଆଗୁଆ ରହିଛନ୍ତି । ସେହିଭଳି ମହାଗଠବନ୍ଧନର ପ୍ରାର୍ଥୀ ମାନେ ୫୮ ଟି ଆସନରେ ବିଜୟଲାଭ କରିଥିବା ବେଳେ ୫୫ ଟି ଆସନରେ ଆଗୁଆ ଅଛନ୍ତି । ସେହିଭଳି ଅନ୍ୟାନ୍ୟ ଦଳମାନେ ୪ ଟି ଆସନ ଜିତିଥିବା ବେଳେ ୫ ଟି ଆସନରେ ଆଗୁଆ ରହିଛନ୍ତି । ଅନ୍ୟପଟେ ବିହାର ରାଜନୀତିରେ ନୂଆ ଚେହେରା ଭାବେ ନିଜକୁ ପ୍ରତିପାଦିତ କରିଥିବା ଏଲଜେପିର ଚିରାଗ ପାଶୱାନ ଆଶା ଠାରୁ ବହୁତ କମ୍ ଆସନରେ ବିଜୟଲାଭ କରିବେ ବୋଲି ଅନୁମାନ କରାଯାଉଛି ।