କନକ ବ୍ୟୁରୋ : ଏଥର ଛତିଶଗଡରେ ତିନିଥର ପାଳନ ହେବ ଦୀପାବଳି । ଗୁରୁବାର ଛତିଶଗଡରେ ପହଁଚି ବିଜେପି ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଉ ନିର୍ବାଚନୀ ସଭାରେ ଅମିତ ଶାହା କହିଛନ୍ତି, ଆମେ ଛତିଶଗଡ଼ ତିନିଥର ଦୀପାବଳି ପାଳିବା । ପ୍ରଥମ ଦୀପାବଳିର ଉତ୍ସବ, ଦ୍ୱିତୀୟ ୩ ଡିସେମ୍ବରରେ ଯେତେବେଳେ ପଦ୍ମ ସରକାର ଗଢ଼ିବ, ଆଉ ତୃତୀୟ ଦୀପାବଳି ଯେତେବେଳେ ଜାନୁଆରୀରେ ଶ୍ରୀରାମଙ୍କ ମନ୍ଦିର ଉନ୍ମୋଚନ ହେବ । ଛତିଶଗଡର ଜଗଦଲପୁର ଓ କୋଣ୍ଡାଗାଓଁରେ ଜନସଭାକୁ ସମ୍ବୋଧିତ କରି ଭୋଟ ଛତିଶଗଡର କଂଗ୍ରେସ ସରକାରର ନିନ୍ଦା କରିଛନ୍ତି । ଆଉ ତାଙ୍କ ଦଳକୁ ଭୋଟ୍ ଦେବାକୁ ଅପିଲ କରିଛନ୍ତି ଶାହା ।

Advertisment

ସେପେଟେ ତେଲେଙ୍ଗାନାରେ କଂଗ୍ରେସ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ବିଶାଳ ରାଲିରେ ଯୋଗଦେବା ସହ ଜନସଭାକୁ ବି ସମ୍ବୋଧିତ କରିଛନ୍ତି ରାହୁଲ । ରାହୁଲ ଏହି ସମୟରେ ପୁଣିଥରେ ଜାତିଗତ ଜନଗଣା କଥା ଦୋହରାଇଛନ୍ତି । ରାହୁଲ କହିଛନ୍ତି,  ତେଲେଙ୍ଗାନାରେ କଂଗ୍ରେସ ସରକାରକୁ ଆସିଲେ, ପ୍ରଥମେ ହେବ ଜାତିଗତ ଜନଗଣନା । ଦୋକାନୀଙ୍କଠାରୁ ଜିଏସ୍ଟି ଆସି ଅଦାନୀଙ୍କ ପକେଟକୁ ଯାଉଛି । ଏଭଳି ହିନ୍ଦୁସ୍ତାନ ଆମକୁ ଦରକାର ନାହିଁ । ତେଣୁ ଜାତିଗତ ଜନଗଣନା ନିହାତି ଜରୁରୀ ।

ଛତିଶଗଡରେ ୭ ଓ ୧୭ ନଭେମ୍ବରରେ ଭୋଟ୍ ପଡିବାକୁ ଥିବାବେଳେ ତେଲେଙ୍ଗାନାରେ ୩୦ ନଭେମ୍ବରରେ ହେବ ନିର୍ବାଚନ । ଏହାପୂର୍ବରୁ ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର ଚାଲିଛି ପ୍ରଚାର ପ୍ରସାର ।