ନିର୍ବାଚନ ପରିଚାଳନା ନେଇ କମିସନରେଟ୍ ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ । ମଡେଲ କୋଡ୍ ଅଫ କଣ୍ଡକ୍ଟ ଲାଗୁହେବା ପରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଆଲୋଚନା

114

କନକ ବ୍ୟୁରୋ : ନିର୍ବାଚନ ପରିଚାଳନା ନେଇ କମିସନରେଟ୍ ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ । କମିସନରେଟ୍ ପୋଲିସ୍ ଅଧିନରେ ଥିବା ସମସ୍ତ ନିର୍ବାଚନ ମଣ୍ଡଳୀରେ ସୁରୁଖୁରରେ ନିର୍ବାଚନ ପରିଚାଳନା ନେଇ ପୋଲିସ ସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୋଲିସ କମିସନର ସଂଜୀବ ପଣ୍ଡା, ଅତିରିକ୍ତ ପୋଲିସ କମିସନର ଅବିନାଶ କୁମାର, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ରାଣା, ବିଏମସି କମିସନର୍ ରାଜେଶ ପାଟିଲ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଛନ୍ତି ।

ଏହାସହ ଭୁବନେଶ୍ୱର ୟୁପିଡିର ସମସ୍ତ ଥାନା ଅଧିକାରୀ, ଜୋନ୍ ଏସିପି, ତହସିଲଦାର, ବିଡିଓ, ଏବଂ ଅବକାରୀ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ନିର୍ବାଚନ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହେବା ନେଇ ବୈଠକରେ ଆଲୋଚନା ହୋଇଛି । ମଡେଲ କୋଡ ଅଫ କଣ୍ଡକ୍ଟ ଲାଗୁହେବା ପରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ କରାଇବା ପାଇଁ ଏହି ସ୍ୱତନ୍ତ୍ର ଟିମ୍ କାମ କରିବ । ଏହାସହ ରାସ୍ତାରୁ ନିର୍ବାଚନ ଦଳ ଗୁଡିକର ପୋଷ୍ଟର ହଟିବ ଏବଂ ଆବଶ୍ୟକ ପଡିଲେ ସ୍ୱତନ୍ତ୍ର ଗାଇଡଲଗାଇନ୍ ପ୍ରସ୍ତୁତ କରାଯିବ ବୋଲି ବୈଠକରେ ଚର୍ଚ୍ଚା ହୋଇଛି ।