ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ସାଧାଣତନ୍ତ୍ର ଦିବସରେ ଜାତୀୟ ପତାକା ଉତୋଳନ କରିପାରିବେ ମନ୍ତ୍ରୀ ଓ ପଦାଧିକାରୀ । ହେଲେ ଏହା ଯେପରି ରାଜନୈତିକ ପ୍ରଚାର ପାଇଁ ପ୍ଲାଟଫର୍ମ ହେବନାହିଁ, ଏ ନେଇ କଟକଣା ଜାରି କରିଛନ୍ତି ରାଜ୍ୟ ନିର୍ବାଚନ କମିସନ । ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିପାରିବେ, ଅଭିବାଦନ ଗ୍ରହଣ କରିପାରିବେ, ଏପରିକି ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇପାରିବେ ।

Advertisment

କିନ୍ତୁ ରାଜନୈତିକ ପ୍ରଚାର ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରିପାରିବେ ନାହିଁ । କୌଣସି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ଯୋଜନା ଓ ସଫଳତା ସଂପର୍କରେ କିଛି କହିପାରିବେ ନାହିଁ । ନିଜ ଭାଷଣରେ କେବଳ ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବଳିଦାନ ଏବଂ ଦେଶର ଗୌରବମୟ ଇତିହାସ ସଂପର୍କରେ କହିପାରିବେ । ସେହିପରି ସରକାରଙ୍କ ଉପଲବ୍ଧି ଓ ସଫଳତାକୁ ନେଇ କୌଣସି ପ୍ରଜ୍ଞାପନ ମେଢ଼ ମଧ୍ୟ ପ୍ରଦର୍ଶିତ ହୋଇପାରିବ ନାହିଁ । ନିଜ ଜିଲ୍ଲାରେ ହେଉଥିବା ସାଧାରଣନ୍ତ୍ର ଦିବସ ଉତ୍ସବରେ କୌଣସି ମନ୍ତ୍ରୀ ବା ରାଜନୈତିକ ପଦାଧିକାରୀ ଅଭିବାଦନ ଗ୍ରହଣ କରିପାରିବେ ନାହିଁ ବୋଲି କଟକଣା ଜାରି କରିଛନ୍ତି ରାଜ୍ୟ ନର୍ବିାଚନ କମିସନ ।