ବଡଚଣାରେ ଚଳିତ ନିର୍ବାଚନରେ ହେବ ବଡ ଲଢେଇ । ୬ଷ୍ଠ ଥର ପାଇଁ ନିର୍ବାଚନ ଲଢୁଛନ୍ତି ବିଧାୟକ ଅମର ଶତପଥୀ

ବଡଚଣାରେ ବି ଏଥର ହେବ ବଡ ଟକ୍କର

429

କନକ ବ୍ୟୁରୋ : ବଡଚଣାରେ ବି ଏଥର ହେବ ବଡ ଟକ୍କର । ଲଗାତର ୫ ଥର ବଡଚଣା ବିଧାନସଭା ଆସନରୁ ଜିତି କୃଷିମନ୍ତ୍ରୀ ଓ ସରକାରୀ ମୁଖ୍ୟ ସଚେତକ ରହିଥିବା ଅମର ପ୍ରସାଦ ଶତପଥି ବିଜେଡି ଟିକେଟରେ ୬ଷ୍ଠ ଥର ପାଇଁ ନିର୍ବାଚନ ମଇଦାନରେ ଅଛନ୍ତି । ୧୯୯୦ ମସିହାରେ ବିଜୁବାବୁଙ୍କ ଜନତା ଦଳରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ । ପରେ ସେ ୧୯୯୫, ୨୦୦୦, ୨୦୦୯, ୨୦୧୪ରେ ବଡଚଣାରୁ ନିର୍ବାଚିତ ହୋଇଛନ୍ତି । ତେବେ ଅମର କହିଛନ୍ତି ଯେ, ମୋ ପାଇଁ ନିର୍ବାଚନ ନୂଆ ନୁହେଁ । ଅନେକ ଥର ହେବ ମୁଁ ନିର୍ବାଚନ ଲଢିଛି । ଚଳିତ ଥର ପୁଣି ଥରେ ନବୀନ ପଟ୍ଟନାୟକ ମୋ ଉପରେ ଆସ୍ଥା ରଖିଛନ୍ତି । ବଡଚଣାନାସୀଙ୍କ ସହ ମୋର ସମ୍ପର୍କ ଅତୁଟ ରହିଛି । ଦିନକୁ ଦିନ ଲୋକସମ୍ପର୍କ ବଢିବାରେ ଲାଗିଛି ।

ପ୍ରତ୍ୟେକ ନିର୍ବାଚନରେ ଆମର ଭୋଟର ବ୍ୟବଧାନ ବଢିଛି । ନବୀନଙ୍କ ଜନହିତକର କାର୍ଯ୍ୟକ୍ରମରେ ଲୋକ ଖୁସି ଅଛନ୍ତି । ଏହାସହ ମୋ ସହ ଲୋକଙ୍କ ସମ୍ପର୍କ ଅତି ନିବିଡ । ଅନେକ ବିକାଶ ହୋଇଛି ଏବଂ ଆଗକୁ ମଧ୍ୟ ଅନେକ ବିକାଶ ହେବ । ଧର୍ମେନ୍ଦ୍ର ପ୍ରଧାନ କେବଳ ରଙ୍ଗୀନ ସ୍ୱପ୍ନ ଦେଖାନ୍ତି । ଘୋଷଣା ଓ କାର୍ଯ୍ୟଧାରାକୁ ଲୋକ ଦେଖିଛନ୍ତି । ଯେ ଚଣ୍ଡିଖୋଲକୁ ବିକଶିତ ନକରି ବିକଳାଙ୍ଗ କରିଛନ୍ତି ତାହାର ଜବାବ ଜନତା ହିଁ ଦେବେ ବୋଲି ଅମର କହିଛନ୍ତି ।