କନକ ବ୍ୟୁରୋ : ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଆଜି ହେବ ନିର୍ବାଚନ । ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ରହିଆସିଥିବା ସୁନୀତା ସେଠୀଙ୍କ ଅକାଳ ବିୟୋଗ ପରେ ଏହି ପଦ ଖାଲି ପଡ଼ିଛି । ବ୍ଲକରେ ଅଛି ୨୫ଟି ପଞ୍ଚାୟତ । ସେଥିମଧରୁ ଗୋଟିଏ ପଞ୍ଚାୟତର ସମିତି ମେମ୍ବର ବର୍ତ୍ତମାନ ଜେଲରେ କଏଦୀ ଅଛନ୍ତି । ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଦିଗପହଣ୍ଡି ରାଜନୀତିରେ ବିଜେଡି-ବିଜେଡି ମଧ୍ୟରେ ବିବାଦ ଦେଖାଦେଇଛି । ବିପିନ ଗୋଷ୍ଠୀ ଏବଂ ବିପ୍ଳବ ଗୋଷ୍ଠୀ ମଧ୍ୟରେ ଟଣାଓଟରା ଲାଗି ରହିଥିବାରୁ କିଏ ଏହି ପଦ ହାତେଇବ, ତାକୁ ନେଇ ଚର୍ଚ୍ଚା ।

Advertisment

ଉଭୟେ ଗୋଷ୍ଠୀ ଲାଗି ପଡିଛନ୍ତି ଏହି ମ୍ୟାଜିକ ନମ୍ବରରେ ପହଞ୍ଚିବା ପାଇଁ । ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ମାନସ ମଙ୍ଗରାଜଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି ଏହି ପ୍ରକ୍ରିୟା । ପ୍ରକାଶଥାଉକି ରାଜନୀତି ସମୀକ୍ଷକଙ୍କ ମତରେ ଏହି ବ୍ଲକ ଅଧ୍ୟକ୍ଷା ପଦଟି ଉଭୟ ଗୋଷ୍ଠୀ ପାଇଁ କର ବା ମର ପରିସ୍ଥିତି ହୋଇଛି । କାରଣ ଆଉ କିଛିଦିନ ପରେ ବିଧାନସଭା ସାଧାରଣ ନିର୍ବାଚନ । ତେଣୁ ଅଧ୍ୟକ୍ଷ ପଦଟି ଉଭୟ ବିପିନ ଓ ବିପ୍ଳବ ପାଇଁ ସମ୍ମାନର ପ୍ରଶ୍ନ ବୋଲି କୁହାଯାଉଛି ।