ରାୟଗଡାର କଟପେଟା ଅଂଚଳରୁ ୧୦ ଲକ୍ଷ ଟଙ୍କା ଜବତ। ନିର୍ବାଚନ ଫ୍ଲାଇଂ ସ୍କ୍ୱାଡ ଜବତ କଲା ଟଙ୍କା

Advertisment
ରାୟଗଡାର କଟପେଟା ଅଂଚଳରୁ ୧୦ ଲକ୍ଷ ଟଙ୍କା ଜବତ। ନିର୍ବାଚନ ଫ୍ଲାଇଂ ସ୍କ୍ୱାଡ ଜବତ କଲା ଟଙ୍କା

କନକ ବ୍ୟୁରୋ: ରାୟଗଡ଼ାରୁ ଫ୍ଲାଇଙ୍ଗ ସ୍କ୍ଵାର୍ଡ ତରଫରୁ ୧୦ଲକ୍ଷ ଟଙ୍କା ଜବତ କରାଯାଇଛି। ରାୟଗଡ଼ା ତହସିଲଦାର ଉମା ଶଙ୍କର ବେହେରାଙ୍କ ନେତୃତ୍ୱରେ ଆଜି ଫ୍ଲାଇଙ୍ଗ ସ୍କ୍ଵାର୍ଡ ଅଣ୍ଟାମଡା ଯାଉଥିବା ସମୟରେ କଟପେଟା ନିକଟରେ ଗାଡ଼ି ଯାଞ୍ଚ କରୁଥିଲେ। ଏହି ସମୟରେ ଗାଡ଼ିରୁ ୧୦ଲକ୍ଷ ଟଙ୍କା ଜବତ କରାଯାଇଛି।

ସୂଚନାଯୋଗ୍ୟ, ଫ୍ଲାଇଙ୍ଗ ସ୍କ୍ଵାର୍ଡ ଏହି ଘଟଣାରେ ୧୦ଲକ୍ଷ ଟଙ୍କା ଜବତ କରିବା ସହିତ ଏନ ପଦ୍ମନାଭ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଅଟକ ବ୍ୟକ୍ତି ଜଣେ କପା ବ୍ୟବସାୟୀ ଓ ସେ କପା ଚାଷୀଙ୍କୁ ପେମେଣ୍ଟ ଦେବା ପାଇଁ ଯାଉଥିଲେ ବୋଲି କହୁଛନ୍ତି। ରାୟଗଡ଼ା ଟାଉନ ପୁଲିସ ଏହାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe