ଆଗକୁ ନିର୍ବାଚନ ଥିବା ରାଜ୍ୟଗୁଡିକ ପାଇଁ ବଜେଟରେ ଗୁରୁତ୍ୱ: ପଶ୍ଚିମବଙ୍ଗରେ ନୂଆ ରାଜପଥ ପାଇଁ ୨୫ ହଜାର କୋଟି

ତାମିଲନାଡୁରେ ହାଇୱେ ପାଇଁ ୧ ଲକ୍ଷ କୋଟି । କନ୍ୟାକୁମାରୀ କରିଡର ପାଇଁ ଖର୍ଚ୍ଚ ହେବ ୬୫ ହଜାର କୋଟି

148

କନକ ବ୍ୟୁରୋ: କେନ୍ଦ୍ର ବଜେଟରେ ନିର୍ବାଚନ ହେବାକୁ ଥିବା ୪ଟି ରାଜ୍ୟ ଉପରେ ଫୋକସ କରାଯାଇଛି । ତାମିଲନାଡୁ, ଆସାମ, ପଶ୍ଚିମବଙ୍ଗ ଓ କେରଳ ପାଇଁ ଟଙ୍କାର ବର୍ଷା । ଏହି ରାଜ୍ୟଗୁଡିକରେ ସଡକ ଭିତ୍ତିଭୂମି ପାଇଁ ୨.୨୭ ଲକ୍ଷ କୋଟି ଖର୍ଚ୍ଚ କରାଯିବାକୁ ଘୋଷଣା ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପଶ୍ଚିମବଙ୍ଗ ଅପେକ୍ଷା ତାମିଲନାଡୁକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପଶ୍ଚିମବଙ୍ଗରେ କୋଲକାତା–ସିଲିଗୁଡି ମଧ୍ୟରେ ଜାତୀୟ ରାଜପଥ ତିଆରି କରାଯିବ ।

ପଶ୍ଚିମବଙ୍ଗରେ ରାଜପଥ ପାଇଁ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ସେହିଭଳି ଆସାମରେ ରାସ୍ତା ନିର୍ମାଣ ପାଇଁ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ତାମିଲନାଡୁରେ ୩୫ ଶହ କିଲୋମିଟର ହାଇୱେ ପାଇଁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାର ନିର୍ମାଣ କାମ ଆସନ୍ତା ବର୍ଷରୁ ଆରମ୍ଭ ହେବ । ସେହିଭଳି କେରଳରେ ୧୧ ଶହ କିଲୋମିଟରର ହାଇୱେ ନିର୍ମାଣ ହେବ । ଏହି ପ୍ରକଳ୍ପରେ ମୁମ୍ବାଇ-କନ୍ୟାକୁମାରୀ କରିଡର ହେବ । ଏଥିପାଇଁ ଖର୍ଚ୍ଚ ହେବ ୬୫ ହଜାର କୋଟି ଟଙ୍କା ।

• ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିକ ପାଇଁ ବଜେଟରେ ଗୁରୁତ୍ୱ

• ପଶ୍ଚିମବଙ୍ଗରେ ନୂଆ ରାଜପଥ ପାଇଁ ୨୫ ହଜାର କୋଟି

• କୋଲକାତା-ସିଲିଗୁଡି ରାସ୍ତାର ହେବ ଉନ୍ନତିକରଣ

• ଆସାମରେ ରାସ୍ତା ନିର୍ମାଣ ପାଇଁ ୩୫ ହଜାର କୋଟି

• ତାମିଲନାଡୁରେ ହାଇୱେ ପାଇଁ ୧ ଲକ୍ଷ କୋଟି

• କନ୍ୟାକୁମାରୀ କରିଡର ପାଇଁ ୬୫ ହଜାର କୋଟି