କନକବ୍ୟୁରୋ:ଆଗକୁ ନିର୍ବାଚନ । ଶୃଙ୍ଖଳାରୁ ନେଇ ବେଆଇନ୍ କାରବାର ରୋକିବାକୁ ସବୁଠି କଡା ପହରା । ହେଲେ ଏହାରି ଭିତରେ ମାତିଛନ୍ତି ଦଲାଲ ଲୁଟେରା । ବେଆଇନ୍ ଭାବେ ଚାଲାଣ କରାଯାଉଥିବା ବେଳେ ଓଡ଼ିଶା ସୀମାରୁ ଜବତ ହୋଇଛି ଗଂଜେଇ । ଭୋଗରାଇ ସାହବାଜିପୁରଠାରେ ପୁଲିସକୁ ଏହି ସଫଳତା ମିଳିଛି । ଚୋରା ଚାଲାଣ ହେଉଥିବା ୮କେଜି ୯୮୦ ଗ୍ରାମ ଓଜନର ଗଂଜେଇ ଜବତ କରିଛି ପୁଲିସ ।
ଜଳେଶ୍ୱର ଓ ଭୋଗରାଇର ବିଭିନ୍ନ ଅଂଚଳରେ ୧୦ଟି ଚେକ୍ ପଏଂଟରେ ଯାଂଚ ପରଖ କରାଯାଉଛି । ଏହାରି ଭିତରେ ଚକମା ଦେଇ ଜଣେ ବଙ୍ଗୀୟ ଯୁବକ ଗଂଜେଇ ଚାଲାଣ କରୁଥିବା ବେଳେ ଧରାପଡିଛି । ଏହା ସହିତ ମୋବାଇଲ ,ଏଟିଏମ କାର୍ଡ ଆଦି ଜବତ ହୋଇଛି । ଅଭିଯୁକ୍ତ ପଶ୍ଚିମବଙ୍ଗ ଚଉଗୋଛି ଗାଁର ବୋଲି ଜଣାପଡିଛି । ଅଭିଯୁକ୍ତ ଜଣକ ଭୁବନେଶ୍ୱରରୁ ଗଂଜେଇ ନେଇ ଭୋଗରାଇ ଚନ୍ଦନେଶ୍ୱର ପର୍ଯ୍ୟନ୍ତ ଆସିଥିଲେ । ସେଠାରୁ ଏକ ଅଟୋରେ ସାହାବାଜିପୁର ପର୍ଯ୍ୟନ୍ତ ଯାଇଥିଲେ ।
ଗଂଜେଇ ନେଇ ଯାଉଥିବା ବେଳେ ଚେକିଂ ସମୟରେ ପୁଲିସ ହାତରେ ଧରାପଡିଛନ୍ତି । ଅଭିଯୁକ୍ତ ଜଣକୁ ସାମୁଦ୍ରିକ ଥାନାକୁ ନେଇ ପଚରାଉଚୁରା କରିବା ସହ ତଦନ୍ତ ଜାରି ରହିଛି । ନିର୍ବାଚନ ପାଇଁ ସବୁଠି କଡା ଯାଂଚ ଚାଲିଥିବା ବେଳେ ତାରି ଭିତରେ ବେଆଇନ୍ କାରବାର ବଢିଚାଲିଛି । ଏନେଇ ପୁଲିସ ପକ୍ଷରୁ ସୁରକ୍ଷା ଆହୁରି କଡା ନଜର ରଖିବା ଜରୁରୀ ହୋଇପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/post_attachments/wp-content/uploads/2024/05/ganjei-size.jpg)