ଆସନ୍ତା ସପ୍ତାହରେ ହୋଇପାରେ ନିର୍ବାଚନ ତାରିଖ ଘୋଷଣା । ୧୪ କିମ୍ବା ୧୫ରେ ତାରିଖ ଘୋଷଣା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ।

263

କନକ ବ୍ୟୁରୋ: କେବେ ଘୋଷଣା ହେବ ନିର୍ବାଚନ ତାରିଖ? ନିର୍ବାଚନ ତାରିଖ ଘୋଷଣାକୁ ସମସ୍ତଙ୍କ ଅପେକ୍ଷା ରହିଛି । ନିର୍ବାଚନ କମିଶନ ଆସନ୍ତା ୧୪ କିମ୍ବା ୧୫ ତାରିଖରେ ଦେଶରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିବା ସମ୍ଭାବନା ରହିଛି । ୨୦୧୯ ଭଳି ଏଥର ବି ୭ଟି ପର୍ଯ୍ୟାୟରେ ମତଦାନ ହୋଇପାରେ । ଏପ୍ରିଲ ଦ୍ୱିତୀୟ ସପ୍ତାହରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବା ସମ୍ଭାବନା ରହିଛି । ୨୦୧୯ ଲୋକସଭା ନିର୍ବାଚନ ତାରିଖ ମାର୍ଚ୍ଚ ୧୦ରେ ଘୋଷଣା ହୋଇଥିଲା । ଏପ୍ରିଲ ୧୧ରୁ ମେ’ ୧୯ ମଧ୍ୟରେ ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯାଇଥିଲା । ମେ’ ୨୩ ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇଥିଲା । ୨୦୧୯ ଭଳି ୨୦୨୪ରେ ସମାନ ଧରଣର ତାରିଖ ଘୋଷଣା ହୋଇପାରେ ।

ଆସନ୍ତା ସପ୍ତାହରେ ନିର୍ବାଚନ ବିଗୁଲ୍!
– ଏବେ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି ନିର୍ବାଚନ କମିଶନ ଓ ତାଙ୍କ ଟିମ୍
– ଭୋଟ୍ ଗ୍ରହଣର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରୁଛନ୍ତି ନିର୍ବାଚନ କମିଶନ
– ଏହି ଟିମ୍ ୧୩ ତାରିଖରେ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ଶେଷ କରିବେ
– ଶେଷ ଦିନରେ ନିର୍ବାଚନ କମିଶନଙ୍କ ଟିମ୍ ଜମ୍ମୁ-କାଶ୍ମୀର ଯିବେ
– ଏବେ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି, ପରେ ଉତ୍ତର ପ୍ରଦେଶ ଗସ୍ତ କରିବେ
– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟକୁ ମାରାଥନ ଗସ୍ତ କରୁଛନ୍ତି
– ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ
– ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
– ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଶେଷ ହେବା ପରେ ତାରିଖ ଘୋଷଣା ହୋଇପାରେ