କନକ ବ୍ୟୁରୋ : ଏପ୍ରିଲ ୧୮ରେ ତାମିଲନାଡ଼ୁ ଓ ପୁଡ଼ୁଚେରିରେ ହେବାକୁ ଥିବା ନିର୍ବାଚନ ତାରିଖ ଘୁଞ୍ଚାଇବା ପାଇଁ ହୋଇଥିବା ଆବେଦନର ଜରୁରୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଗୁଡ ଫ୍ରାଇଡେ ଏବଂ ଇଷ୍ଟର ସମୟରେ ଏହି ନିର୍ବାଚନ ତାରିଖ ପଡ଼ୁଥିବାରୁ ଖ୍ରୀଷ୍ଟିଆନମାନଙ୍କ ଏକ ସଂସ୍ଥା ଅଦାଲତର ଦ୍ବାରସ୍ଥ ହୋଇଛି।
Advertisment
publive-imageତେବେ ଭୋଟ ଦେବାକୁ କେତେ ସମୟ ଲାଗିବ? ପବିତ୍ର ଦିନରେ ଆପଣ ଭୋଟ ଦେଇପାରିବେ ନାହିଁ କି ବୋଲି ବିଚାରପତି ଏସ ଏ ବୋବଡେଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଆବେଦନକାରୀଙ୍କ ଆବେଦନକୁ ମାଡ୍ରାସ ହାଇକୋର୍ଟ ଗତ ମାର୍ଚ୍ଚ ୨୨ ତାରିଖରେ ଖାରଜ କରିଦେବାକୁ ସେମାନେ ସୁପ୍ରିମକୋର୍ଟକୁ ଯାଇଛନ୍ତି।