୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର । ଜାଣନ୍ତୁ କେଉଁ ରାଜ୍ୟରେ କେବେ ହେବ ନିର୍ବାଚନ…

662

କନକ ବ୍ୟୁରୋ : ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି କେନ୍ଦ୍ର ନିର୍ବାଚନ କମିଶନର ସୁନିଲ ଆରୋରା । କମିଶନଙ୍କ ସୂଚନା ମୁତାବକ, ଏହି ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ମୋଟ ୮୨୪ ବିଧାନସଭା କ୍ଷେତ୍ରରୁ ମତଦାନ ଗ୍ରହଣ କରାଯିବ ।  ଏବେ ଜାଣନ୍ତୁ କେଉଁ ତାରିଖରେ କେଉଁ ରାଜ୍ୟରେ ହେବ ନିର୍ବାଚନ …

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ମୋଟ ୮ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ମାର୍ଚ୍ଚ ୨୭ରୁ ବିଧାନସଭା ପାଇଁ ଭୋଟ୍ ପଡିବ । ୮ଟି ପର୍ଯ୍ୟାୟ ଭୋଟ୍ ଶେଷ ହେବା ପରେ ମେ ୨ ତାରିଖରେ ଭୋଟ୍ କାଉଟିଂ ହୋଇ ଫଳାଫଳ ଘୋଷଣା ହେବ ।

ଆସାମ: ଆସାମରେ ଏଥର ତିନୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଯାହାର ଫଳାଫଳ ମେ ଦୁଇ ତାରିଖରେ ଘୋଷଣା ହେବ । ୨୭ ମାର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ, ଏପ୍ରିଲ ୧ରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ଏପ୍ରିଲ ୬ରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ।

କେରଳ: କେରଳରେ ଏଥର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଏପ୍ରିଲ ୬ ତାରିଖରେ କେରଳବାସୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଦେବେ । ଯାହାର ଫଳାଫଳ ମେ ୨ ତାରିଖରେ ଘୋଷଣା ହେବ ।

ତାମିଲନାଡୁ: କେରଳ ପରି ତାମିଲନାଡୁରେ  ମଧ୍ୟ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଏପ୍ରିଲ ୬ ତାରିଖରେ ତାମିନଲାଡୁର ଭୋଟର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଦେବେ । ଏହାର ଫଳାଫଳ ମଧ୍ୟ ସେହି ମେ ୨ ତାରିଖରେ ଘୋଷଣା ହେବ ।

ପୁଡୁଚେରୀ: ପୁଡୁଚେରୀରେ ମଧ୍ୟ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ଇଲେକ୍ସନ ଅନୁଷ୍ଠିତ ହେବ । କେରଳ ଏବଂ ଆସାମ ଭଳି ଏପ୍ରିଲ ୬ ତାରିଖରେ ଏଥିପାଇଁ ଭୋଟିଂ ହେବ । ଫଳାଫଳ ମେ ୨ ତାରିଖରେ ଘୋଷଣା ହେବ ।