ନିର୍ବାଚନ କମିସନଙ୍କ ପ୍ରେସମିଟ୍: ଦେଶରେ ମୋଟ ଭୋଟର ସଂଖ୍ୟା ୯୬.୮ କୋଟି, ପ୍ରଥମଥର ଭୋଟ ଦେବେ ୧.୮ କୋଟି

Advertisment
ନିର୍ବାଚନ କମିସନଙ୍କ ପ୍ରେସମିଟ୍: ଦେଶରେ ମୋଟ ଭୋଟର ସଂଖ୍ୟା ୯୬.୮ କୋଟି, ପ୍ରଥମଥର ଭୋଟ ଦେବେ ୧.୮ କୋଟି

କନକ ବ୍ୟୁରୋ: ଲୋକସଭା, ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିସନର ପ୍ରେସମିଟ । ସମସ୍ତଙ୍କୁ ଭୋଟ ଦେବାକୁ ଅନୁରୋଧ କଲେ ନିର୍ବାଚନ କମିସନ । କହିଲେ, ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ । ନିର୍ବାଚନ ଏକ ପର୍ବ ଦେଶ ପାଇଁ ଗର୍ବ । ୫୫ ଲକ୍ଷ ଇଭିଏମ ବ୍ୟବସ୍ଥା ଅଛି । ଦେଶରେ ୧୦.୫ ଲକ୍ଷ ପୋଲିଂ ସେଣ୍ଟର ରହିଛି । ୧.୫ କୋଟି ନିର୍ବାଚନ ଅଧିକାରୀ ଓ କର୍ମଚାରୀ ରହିଛନ୍ତି । ସମସ୍ତ ବୁଥରେ ଭୋଟରମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

ଦେଶରେ ମୋଟ ୯୬.୮ କୋଟି ପଞ୍ଜିକୃତ ଭୋଟର । ସେମାନଙ୍କ ମଧ୍ୟରେ ମହିଳା ଭୋଟର ୪୭.୧ କୋଟି, ପୁରୁଷ ଭୋଟର ୪୯.୭ କୋଟି, ଶତାୟୁ ଭୋଟର ୨.୧୮ କୋଟି, ପ୍ରଥମ ଥର ଭୋଟ ଦେବେ ୧.୮ କୋଟି, ନୂଆ ଭୋଟର ୧୯.୭୪ କୋଟି, ୮୫ ବର୍ଷରୁ ଅଧିକ ଭୋଟର ସଂଖ୍ୟା ୮୨ ଲକ୍ଷ, ୧୮ ବର୍ଷରୁ ୧୯ ବର୍ଷିୟ ମହିଳା ଭୋଟର ୮୫.୩ ଲକ୍ଷ । ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ଘରେ ରହି ଭୋଟ ଦେଇପାରିବେ । ଗୋଟିଏ ଭୋଟର ବାକି ରହିଗଲେ ବି ଘରକୁ ଯାଇ ଭୋଟ ସଂଗ୍ରହ କରିବୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe