କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ, ୩ ଦିନିଆ ଓଡ଼ିଶା ଗସ୍ତରେ ଥିବା ମୁଖ୍ୟ ନିର୍ବାଚନ କମିଶନର୍ଙ୍କ ଟିମ୍ ରାଜନୈତିକ ଦଳ ଗୁଡ଼ିକ ସହ ଚର୍ଚ୍ଚା ଆଲୋଚନା କରିଛନ୍ତି । ମୁଖ୍ୟତଃ ୩ ପ୍ରମୁଖ ଦଳର ନେତାଙ୍କ ପକ୍ଷ ଶୁଣିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଏହି ଅବସରରେ ୩ଟି ମୁଖ୍ୟ ପ୍ରସଙ୍ଗ ରଖଛି ଶାସକ ବିଜେଡି ଦଳ
ନିର୍ବାଚନରେ ସଂପୂର୍ଣ୍ଣ ସହଯୋଗ କରିବାକୁ ବିଜେଡିର ପ୍ରତିଶ୍ରୁତି
ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଘୋଷଣା ହୋଇଥିବା ଯୋଜନାଗୁଡ଼ିକରେ ପ୍ରତିବନ୍ଧକ ଲଗାନଯାଉ
ଦଳ ବିରୋଧରେ ଆସୁଥିବା ଅଭିଯୋଗ ଶୁଣିବା ସମୟରେ ବିଜେଡିର ପକ୍ଷ ଶୁଣିବାକୁ ସମୟ ଦିଆଯାଉ
ସମାନ ଢଙ୍ଗରେ ନିଜ ଦଳର ଦାବି ରଖିଛନ୍ତି କଂଗ୍ରେସ ନେତା । କଂଗ୍ରେସ ମଧ୍ୟ ୩ଟି ପ୍ରସଙ୍ଗ ଉତଥାପନ କରିଛି ।
ଅବାଧ ଓ ମୁକ୍ତ ନିର୍ବାଚନକୁ ପ୍ରାଥମିକ ଦିଆଯାଉ
ଇଲେକ୍ଟ୍ରୋରାଲ ବଣ୍ଡ୍ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରାଯାଉ
ପ୍ରଶାସନିକ କଳ ଓ ପୁଲିସ ଫୋର୍ସର ଅପବ୍ୟବହାର ଏବଂ ଇଭିଏମ୍ ଟାମ୍ପରିଂ ରୋକାଯାଉ
ଉଭୟ ବିଜେଡି ଓ କଂଗ୍ରେସ ଭଳି ବିଜେପି ମଧ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ଆଗରେ ୩ଟି ପ୍ରସଙ୍ଗ ରଖିଛି ।
ନିର୍ବାଚନ ପୂର୍ବ ଓ ପରର ଆଇନ ଶୃଙ୍ଖଳା ସ୍ଥିତିକୁ ଗୁରୁତ୍ୱ ଦିଆଯାଉ
ନିର୍ବାଚନ ବେଳର ବିଶୃଙ୍ଖଳା, ବୁଥ ରାଗିଂ, ହିଂସାକାଣ୍ଡ ପ୍ରତି ଆଗୁଆ ପଦକ୍ଷେପ ନିଆଯାଉ
ପ୍ରଶାସନିକ କଳର ଅପବ୍ୟବହାର ରୋକିବାକୁ ପଦକ୍ଷେପ ନିଆଯାଉ
ରାଜନୈତିକ ଦଳ ଗୁଡ଼ିକର ପ୍ରତିନିଧିଙ୍କ ସହ ଆଲୋଚନା ପରେ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଟିମ୍ ।
-୩୦ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଛନ୍ତି
-ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ବିବରଣୀ ରଖିଛନ୍ତି ଜିଲ୍ଲାପାଳ ଓ ଏସପି
- ନିର୍ବାଚନ ପରିଚାଳନା, ସମ୍ବେଦନଶୀଳ ଓ ମାଓ ପ୍ରବଣର ସ୍ଥିତି, ଆଇନଶୃଙ୍ଖଳା ବିଷୟରେ ଚର୍ଚ୍ଚା ହୋଇଛି
ଏସବୁ ଭିତରେ ଗସ୍ତର ତୃତୀୟ ଦିନରେ ମଧ୍ୟ ରାଜ୍ୟର ବରିଷ୍ଠ ଅଧିକାରୀଙ୍କୁ ଭେଟିବେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ତାଙ୍କ ଟିମ୍