ବିଜେପି ନେତାଙ୍କୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଝଟକା ! ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଫଟୋକୁ ସୋସିଆଲ୍ ସାଇଟରୁ ହଟାଇବାକୁ ଦେଲେ ଆଦେଶ ।

224

ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ପରଠାରୁ ନିର୍ବାଚନ ଆୟୋଗ ଏ ଉପରେ ଖୁବ୍ କଠୋର ହୋଇସାରିଛନ୍ତି । ରାଲି ଏବଂ ଭାଷଣ ସହ ନିର୍ବାଚନ ଆୟୋଗ ଏଥର ସୋସିଆଲ୍ ମିଡିଆରେ ମଧ୍ୟ ନିଜ ଆଖି ବୁଲାଉଛନ୍ତି । ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ବିଧାୟକ ଓମପ୍ରକାଶ ଶର୍ମାଙ୍କ ଦ୍ୱାରା ଫେସବୁକରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଫଟୋ ବ୍ୟବହାର କରି ନିର୍ବାଚନ ପ୍ରଚାର କରୁଥିବାରୁ ଏନେଇ ନିର୍ବାଚନ ଆୟୋଗ ଫଟୋକୁ ହଟାଇବା ପାଇଁ ଆଦେଶ ଦେଇଛନ୍ତି । EC ଏଥିପାଇଁ ଫେସବୁକକୁ ମଧ୍ୟ ସୂଚିତ କରିସାରିଛନ୍ତି ।

ଏହାପୂର୍ବରୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ରାଜନୀତିକ ଦଳଙ୍କୁ କୁହାଯାଇଛି ଯେ କୌଣସି ବି ପାର୍ଟି ନିଜର ବ୍ୟାନର,ପୋଷ୍ଟରରେ ସେନା ତଥା ଯବାନଙ୍କ ଫଟୋକୁ ବ୍ୟବହାର କରିବେନାହିଁ । ଆପଣଙ୍କୁ କହିରଖୁଛୁ କି ନିକଟରେ ଏଭଳି ଅନେକ ରାଜନୀତିକ ଫଟୋ ଦେଖିବାକୁ ମିଳିଥିଲା ଯେଉଁଥିରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଫଟୋ ଦେଖିବାକୁ ମିଳିଥିଲା । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନା କେବଳ ଫେସବୁକ୍ ବରଂ ଟ୍ୱିଟରରେ ମଧ୍ୟ ଲୋକସଭା ନିର୍ବାଚନ ପାଇଁ ତଦାରଖ କରିବାକୁ କୁହାଯାଇଛି । ଯେଉଁଥିରେ ନିର୍ବାଚନ ସମ୍ବନ୍ଧୀତ ସାମଗ୍ରୀକୁ ସୋସିଆଲ୍ ମିଡିଆରୁ ହଟାଇବାକୁ କୁହାଯାଇଛି । ସୂଚନାନୁସାରେ ୧୦ ମାର୍ଚ୍ଚ ରେ ନିର୍ବାଚନ ଆୟୋଗ ନିର୍ବାଚନୀ ତାରିଖକୁ ଘୋଷଣା କରିବାପରେ ଆଚାର ସଂହିତା ଲାଗୁ ହୋଇସାରିଛି । ତେବେ ବିରୋଧି ପାର୍ଟି ଏନେଇ ଅଭିଯୋଗ କରିଥିଲେ ଯେ ବିଜେପି ପାର୍ଟିର ନେତା ନିର୍ବାଚନୀ ପୋଷ୍ଟରରେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଫଟୋ ବ୍ୟବହାର କରି ଭୋଟ୍ ମାଗୁଛନ୍ତି । ଯାହାପରେ ଚାରିଆଡୁ ଏନେଇ ଆୟୋଗ କଡା ପଦକ୍ଷେପ ନେଉଛନ୍ତି ।