କନକ ବ୍ୟୁରୋ: ଭୋଟ ଗଣତି ପାଇଁ ଆଜିଠାରୁ ଆରମ୍ଭ ହେଲା ପ୍ରଶିକ୍ଷଣ । ଆସନ୍ତା ୨୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ଭୋଟ ଗଣତି ପାଇଁ ଭୁବନେଶ୍ୱରରେ ରିଟର୍ଣ୍ଣିଂ ଅଫିସରମାନଙ୍କୁ ଦୁଇ ଦିନ ଧରି ତାଲିମ ଦିଆଯିବ । ଜୟଦେବ ଭବନରେ ଆୟୋଜିତ ସ୍ୱତନ୍ତ୍ର ମଡେଲ ଭୋଟ ଗଣତି କେନ୍ଦ୍ରରେ ଆଜି ଠାରୁ ୧୧ ଜିଲ୍ଲାର ୭୯ ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।
ସକାଳ ୯ଟାରୁ ସଂଧ୍ୟା ସାଢେ ୫ଟା ଯାଏଁ ହେବାକୁ ଥିବା ଏହି ପ୍ରଶିକ୍ଷଣ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ଓ ଆସନ୍ତାକାଲି ଦୁଇ ଦିନ ଯାଏଁ ଭୋଟ ଗଣତି ନେଇ ରିଟର୍ଣ୍ଣିଂ ଅଫିସରମାନଙ୍କୁ ତାଲିମ ଦିଆଯିବ । ଏହାପରେ ଆସନ୍ତା ୧୫ ତାରିଖରୁ ୧୮ ତାରିଖ ଯାଏଁ ଜିଲ୍ଲା ସ୍ତରର ନିର୍ବାଚନ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଛି ।
Follow Us
/kanak/media/post_attachments/wp-content/uploads/2019/05/Screen-Shot-2019-05-13-at-10.20.06-AM-300x227.png)