କନକ ବ୍ୟୁରୋ : ୫ ରାଜ୍ୟର ବାଜିବ ବିଧାନସଭା ନିର୍ବାଚନ ବିଗୁଲ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଆସିପାରେ । ଏହାକୁ ନେଇ ଦିନ ୧୨ଟାରେ ପ୍ରେସମିଟ କରିବେ ନିର୍ବାଚନ କମିସନ । ଏଥିରେ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ।

Advertisment

ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଡିସେମ୍ବର ପ୍ରଥମ ସପ୍ତାହ ଭିତରେ ଭିନ୍ନ ଭିନ୍ନ ତାରିଖ ଓ ପର୍ଯ୍ୟାୟରେ ୫ଟି ରାଜ୍ୟରେ ଭୋଟ ଗ୍ରହଣ ହୋଇପାରେ । ଗତ ଥର ଭଳି ଏଥର ମଧ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ ଓ ତେଲେଙ୍ଗାନାରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବା ସମ୍ଭାବନା ରହିଛି । ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇପାରେ । ତେବେ ମତଦାନ ତାରିଖ ଅଲଗା ଅଲଗା କରାଗଲେ ମଧ୍ୟ ଭୋଟ ଗଣତି ଗୋଟିଏ ଦିନରେ ହେବା ସମ୍ଭାବନା ରହିଛି ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୫ ରାଜ୍ୟର ନିର୍ବାଚନକୁ ସେମିଫାଇନାଲ ବୋଲି କୁହାଯାଉଛି । ବିଶେଷ କରି ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ବିଜେପି ନେତୃତ୍ୱାଧିନ ଏନଡିଏ ଓ ବିରୋଧୀ ମେଂଟ ଇଣ୍ଡିଆ ମଧ୍ୟରେ କଡା ଟକ୍କର ହୋଇପାରେ । ଏହାଛଡା ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ମୋଦୀଙ୍କ ଲୋକପ୍ରିୟତା ଓ ବିଜେପି ଉପରେ ଲୋକଙ୍କ ଆସ୍ଥାକୁ ନେଇ ଏସିଡ ଟେଷ୍ଟ ବୋଲି ମଧ୍ୟ କୁହାଯାଉଛି ।