କନକ ବ୍ୟୁରୋ: ନିର୍ବାଚନ ପ୍ରଚାର ବେଳେ ମାଗଣା କରୋନା ଟିକାର ପ୍ରତିଶ୍ରୁତି ଦେବା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ନୁହେଁ । ଏହା କହିଛନ୍ତି ନିର୍ବାଚନ କମିଶନ । ବିହାରରେ ନିର୍ବାଚନ ବିଜେପି ଇସ୍ତାହାରରେ କରୋନା ଟିକା ମାଗଣା ବଂଟନ ନେଇ ପ୍ରତିଶ୍ରୁତି ଦିଆଯାଇଥିଲା । ଏହା ନିର୍ବାଚନ ଆଚରଣର ଉଲ୍ଲଂଘନ ଦର୍ଶାଇ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ ସୂଚନା ଅଧିକାର କର୍ମୀ ସାକେତ ଗୋଖଲେ ।
ତେବେ ନିର୍ବାଚନ କମିସନ ଅଭିଯୋଗର ଉତର ଦେଇ କହିଛନ୍ତି. ଏହାଦ୍ୱାରା ଆଚରଣ ବିଧି ଉଲ୍ଲଂଘନ ହେଉନାହିଁ । ପ୍ରସଙ୍ଗକୁ ଆହୁରି ସ୍ପଷ୍ଟ କରିବାକୁ ଯାଇ ଇଲେକ୍ସନ କମିସନ ଆଦର୍ଶ ଆଚରଣ ବିଧିର ଅଷ୍ଟମ ଭାଗରେ ଥିବା ନିର୍ବାଚନ ପାଇଁ ଉଦ୍ଦିଷ୍ଟ କେତୋଟି ମାର୍ଗଦର୍ଶିକାର ଉଦାହରଣ ଦେଇଥିଲେ । ଇସ୍ତାହାରରେ ବିଜେପି ଦେଇଥିବା ମାଗଣା କରୋନା ଟିକା ପ୍ରତିଶ୍ରୁତି ଏସବୁୁକୁ ଉଲ୍ଲଂଘନ କରୁନାହିଁ ବୋଲି କହିଛନ୍ତି ନିର୍ବାଚନ କମିସନ ।
ଗତ ୨୨ ତାରିଖରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଦଳର ନିର୍ବାଚନୀ ଇସ୍ତାହାର ଜାରି କରିଥିଲେ । ଯେଉଁଥିରେ ମାଗଣା କରୋନା ଟିକା ସମସ୍ତଙ୍କୁ ବାଂଟିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଶାସକ ଦଳ ମହାମାରୀକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଥିବା ଅଭିଯୋଗ କରି ବିରୋଧୀ ଦଳ ବିଜେପିକୁ ସମାଲୋଚନା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/nationalherald_2020-10_0ed60035-65ae-4ae4-b160-10ccf05a6453_Untitled_design__1_.jpg)