ଜାତୀୟ ନିର୍ବାଚନ ଆୟୋଗଙ୍କ ଘୋଷଣା। ବିଜୟ ଶୋଭାଯାତ୍ରା ଉପରେ ରହିବନି କଟକଣା

Advertisment
ଜାତୀୟ ନିର୍ବାଚନ ଆୟୋଗଙ୍କ ଘୋଷଣା। ବିଜୟ ଶୋଭାଯାତ୍ରା ଉପରେ ରହିବନି କଟକଣା

କନକ ବ୍ୟୁରୋ: ଆଜି ରାଜ୍ୟ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ଦଳଗୁଡ଼ିକଙ୍କ ପାଇଁ ଏକ ଖୁସି ଖବର । ବିଜୟ ଶୋଭାଯାତ୍ରା ପାଇଁ ରହିବନି କୌଣସି କଟକଣା । ଏନେଇ ଘୋଷଣା କରିଛନ୍ତି ଜାତୀୟ ନିର୍ବାଚନ ଆୟୋଗ ।

ଆଜି ଭୋଟ ଗଣତି ଶେଷ ହେବା ପରେ ବିଜୟୀ ପ୍ରାର୍ଥୀମାନେ ନିଜର ଖୁସିକୁ ଜାହିର କରିବାକୁ ବିଜୟ ଶୋଭାଯାତ୍ରା ଆୟୋଜନ କରିପାରିବେ । ଏନେଇ କୌଣସି କଟକଣା ଲାଗିବ ନାହିଁ । କିନ୍ତୁ ଯଦିଓ କରୋନାର ଭୟ ଏତେଟା ନାହିଁ କିନ୍ତୁ ଏବେବି ଏହା ଦେଶରୁ ମୂଳପୋଛ ହୋଇନଥିବାରୁ ଆବଶ୍ୟକ ନିୟମ ପାଳନ କରିବାକୁ ନିର୍ବାଚନ ଆୟୋଗ କହିଛନ୍ତି । ଅନ୍ତତଃ ସୁରକ୍ଷା ପାଇଁ ମାସ୍କ ବ୍ୟବହାର କରିବାକୁ ଆୟୋଗ ପକ୍ଷରୁ ଅପିଲ କରାଯାଇଛି ।

ଏହା ପୂର୍ବରୁ ସମସ୍ତ ରାଲି ଉପରେ ପ୍ରତିବନ୍ଧକ ଲାଗିଥିବାବେଳେ ଏବେ ଏହାକୁ ଅନେକାଂଶରେ କୋହଳ କରାଯାଇଛି । ସେହିପରି ଆଜି ନିର୍ବାଚନ କମିଶନ୍ କଟକଣା ଲଗାଇଥିଲେ ବି ଏହା କେନ୍ଦ୍ର ନିର୍ବାଚନ କମିଶନଙ୍କ ଏପରି ଘୋଷଣା ପରେ ରାଜ୍ୟ ବାସିନ୍ଦା ଅଶ୍ୱସ୍ତ ହୋଇଛନ୍ତି । ନୂଆ ଘୋଷଣା ପରେ ରାଜନୈତିକ ଦଳ ଗୁଡିକ ବେଶ ଆଶ୍ୱସ୍ତ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe