ନିର୍ବାଚନ ତାରିଖ ଘୋଷଣା ବିଳମ୍ବକୁ ନେଇ ବିରୋଧୀ ଉଠାଇଲେ ପ୍ରଶ୍ନ । ମୁଖ୍ୟ ନିର୍ବାଚନ କମିଶନ ପକ୍ଷପାତିତା କରିଥିବା ଆଣିଲେ ଅଭିଯୋଗ

106

କନକ ବ୍ୟୁରୋ : ଗୁଜରାଟ ବିଧ।।ନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । କଂଗ୍ରେସ ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ ହୋଇଥିବା ଅଭିଯୋଗ ଆଣି ଅସନ୍ତୋଷ ପ୍ରକାଶ କରିଛି । ଟୁଇଟ କରି କଂଗ୍ରେସ କହିଛି ନିର୍ବାଚନ କମିଶନ ପକ୍ଷପାତିତା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସରକାରଙ୍କ ଇସାରା କ୍ରମେ ବିଳମ୍ବରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ନିର୍ବାଚନ ପାଇଁ ଲାଗୁ ହେବାକୁ ଥିବା ଆଚାର ସହିଂତା ପୂର୍ବରୁ ମୋଦି ସରକାର ନିଜର ଟାର୍ଗେଟ ପୂରା କରିଛନ୍ତି । ମୋରବୀ ଯାଇ ମିଛ ସମବେଦନା ପ୍ରକାଶ କରି ଭୋଟବ୍ୟାଙ୍କ ରାଜନୀତି କରିଛନ୍ତି    । ତେଣୁ ଗୁଜରାଟ ନିର୍ବାଚନ ତାରିଖ ଘୋଷଣା ବିଳମ୍ବ ହୋଇଛି ।

ସେପଟେ ଅଭିଯୋଗ ଉପରେ ଜବାବ ରଖିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ସେ କହିଛନ୍ତି ନିର୍ବାଚନ କମିଶନର କଥା ଅପେକ୍ଷା କାମରେ ବିଶ୍ୱାସ କରେ । ନିର୍ବାଚନ ଆସିଲେ ଦଳମାନେ ବିଭିନ୍ନ ପ୍ରକାର ଅଭିଯୋଗ ଆଣି ମାହୋଲକୁ ବିଗାଡିବାକୁ ଚେଷ୍ଟା କରନ୍ତି । ସେପଟେ ତାରିଖ ଘୋଷଣା ହେଉ ହେଉ ଆମ ଆଦମୀ ପାର୍ଟି ଟିକେ ବି ବିଳମ୍ବ ନକରି ଏଥରକ ନିର୍ବାଚନ ଦଳ ଜିତିବ ବୋଲି ଟୁଇଟ କରି ଦାବି କରିଛି । ଟୁଇଟ କରି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତିି ଗୁଜରାଟରେ ଆପର ବିଜୟ ସମ୍ଭାବନା ସବୁଠୁ ଅଧିକ ରହିଛି ଓ ଏହା ସତ ହେବ ।