କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ପ୍ରେସମିଟ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ବିଜୟୀ ହୋଇଥିବା ନେଇ ସେ ଘୋଷଣା କରିଛନ୍ତି । ଆଉ କହିଛନ୍ତି, ୯ ହଜାର ୮୮୧ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଅବନ୍ତି ଦାସଙ୍କୁ ହରାଇଛନ୍ତି ବିଜେପିର ସୁରଜ ସୂର୍ଯ୍ୟବଂଶୀ ।
ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ୮୦ ହଜାର ୩୫୧ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତି ଦାସ ୭୦ ହଜାର ୪୭୦ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣଙ୍କୁ ୩ ହଜାର ୫୬୧ ଭୋଟ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ୮ ହଜାର ୧୫୩ ଖଣ୍ଡ ଭୋଟ ମିଳିଛି । ସେହିପରି ନୋଟାରେ ୬୫୦ ଖଣ୍ଡ ଭୋଟ ପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/6-7.jpg)