ବିଜେପୁର ପାଇଁ ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ପ୍ରସ୍ତୁତି । ପ୍ରଥମ ଥର ପାଇଁ ବ୍ୟବହାର ହେବ ଭିଭିପାଟ ।

Advertisment
ବିଜେପୁର ପାଇଁ ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ପ୍ରସ୍ତୁତି । ପ୍ରଥମ ଥର ପାଇଁ ବ୍ୟବହାର ହେବ ଭିଭିପାଟ ।

ଆସନ୍ତା ବିଜେପୁର ଉପନିର୍ବାଚନରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଭିଭିପିଏଟି(ଭୋଟର୍ ଭେରିଫାଏବଲ୍ ପେପର୍ ଅଡିଟ୍ ଟ୍ରେଲ୍) ମେସିନ୍ ବ୍ୟବହାର ହେବ। ବୁଥ୍ରେ ଇଭିଏମ୍ ସହିତ ଭିଭିପିଏଟି ମେସିନ୍ ଲାଗିବ। ମତଦାତା ଦେଇଥିବା ଭୋଟ୍ଟି ଇଭିଏମ୍ରେ ଠିକ୍ ଭାବେ ଦରଜ ହେଲା କି ନାହିଁ, ତାହା ଏହି ମେସିନ୍ ମାଧ୍ୟମରେ ଜଣାପଡ଼ିବ। ସଂପୃକ୍ତ ଭୋଟର୍ ନିଜ ଭୋଟ୍ ସେ ଦେଇଥିବା ପ୍ରାର୍ଥୀଙ୍କ ପକ୍ଷରେ ଯାଇଛି କି ନାହିଁ, ବୁଥ୍ରେ ହିଁ ସେ ନିଶ୍ଚିତ ହୋଇପାରିବ। ଏହା ଫଳରେ ଇଭିଏମ୍ ଟାମ୍ପରିଂ ନେଇ ହେଉଥିବା ଅଭିଯୋଗ ଆଉ ରହିବ ନାହିଁ ବୋଲି କୁହାଯାଉଛି।

publive-image
ରାଜ୍ୟ ନିର୍ବାଚନ ଅଧିକାରୀ ଡି ଏନ୍ ଗୁପ୍ତା କହିଛନ୍ତି, ବିଜେପୁର ଉପନିର୍ବାଚନରେ ଭିଭିପିଏଟି ବ୍ୟବହାର କରାଯିବ। ପ୍ରତି ବୁଥ୍ରେ ଇଭିଏମ୍ ସହିତ ଭିଭିପିଏଟି ଲାଗିବ। ପରବର୍ତ୍ତୀ ପର୍ୟ୍ୟାୟରେ ସାଧାରଣ ନିର୍ବାଚନରେ ଏହି ମେସିନ୍ ବ୍ୟବହାର କରାଯିବ। ଏହା ଦ୍ୱାରା ନିର୍ବାଚନ ପ୍ରକ୍ରିୟାରେ ଆହୁରି ସ୍ୱଚ୍ଛତା ଆସିପାରିବ। ଯଦି କୌଣସି ପ୍ରାର୍ଥୀ କିମ୍ବା ତାଙ୍କ ପ୍ରତିନିଧି ମତଦାନରେ ଅନିୟମିତତା ଓ ସନ୍ଦେହ ନେଇ ଅଭିଯୋଗ ଦାଖଲ କରନ୍ତି, ତେବେ ଭିଭିପିଏଟିରୁ ବାହାରୁଥିବା ଏକ ସ୍ଲିପ୍ରୁ ତାହା ସ୍ପଷ୍ଟ ହୋଇପାରିବ। ଭିଭିପିଏଟିରେ ସମସ୍ତ ତଥ୍ୟ କିଛି ଦିନ ପର୍ୟ୍ୟନ୍ତ ସଂରକ୍ଷିତ ରଖାଯାଇପାରିବ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe