କନକ ବ୍ୟରୋ: ଭାରତୀୟ ନିର୍ବାଚନ ଆୟୋଗ ଆଉ କିଛି ସମୟ ପରେ ପ୍ରେସମିଟ କରିବାର କାର୍ଯ୍ୟକ୍ରମ ରହିଛି । ଆଶାକରାଯାଉଛି ଯେ ଆୟୋଗ ଗୁଜରାଟ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ତେବେ ଆଶା କରାଯାଉଛି ଯେ ଗତଥର ଭଳି ଚଳିତ ଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ସେହିଭଳି ହିମାଚଳ ପ୍ରଦେଶର ନିର୍ବାଚନର ଫଳାଫଳ ଘୋଷଣା ଦିନ ମଧ୍ୟ ଗୁଜରାଟର ନିର୍ବାଚନ ଫଳାଫଳର ଘୋଷଣା କରାଯାଇପାରେ । ହିମାଚଳ ପ୍ରଦେଶରେ ମତଦାନ ନଭେମ୍ବର ୧୨ରେ ହେବାକୁ ଥିବା ବେଳେ ଡିସେମ୍ବର ୮ରେ ମତଗଣନା ହେବ ।

Advertisment

ଗତ ୨୫ ବର୍ଷରୁ ଅଧିକ ସମୟ ଧରି ବିଜେପି ଏଠାରେ ସରକାରରେ ରହିଛି । ଚଳିତ ଥର ନିର୍ବାଚନ ପାଇଁ କଂଗ୍ରେସ ସହ ଦିଲ୍ଲୀ ଓ ପଞ୍ଜାବରେ ଶାସନରେ ଥିବା ଆପ୍ ମଇଦାନରେ ରହିଛନ୍ତି । ଚଳିତ ଥର ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ । ନିର୍ବାଚନ ଆୟୋଗ ଦ୍ୱିପ୍ରହର ୧୨ଟା ସମୟରେ ପ୍ରେସମିଟ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବିସ୍ୃତ ଭାବେ ନିର୍ବାଚନର ବିବରଣୀ ରଖାଯିବ ।