କରୋନା କାଳରେ ନିର୍ବାଚନ ନେଇ ମାର୍ଗଦର୍ଶିକା ଜାରି । ଅନଲାଇନରେ ହେବ ନୋମିନେସନ୍ । କୋଭିଡ୍ ନିୟମକୁ ଦିଆଯିବ ଗୁରୁତ୍ୱ, ଓଡିଶାରେ ଆଗକୁ ଅଛି ବାଲେଶ୍ୱର ସଦର ଓ ତିର୍ତୋଲ ଉପ-ନିର୍ବାଚନ ।

228

କନକ ବ୍ୟୁରୋ: କରୋନା କାଳରେ କେମିିତି ହେବ ନିର୍ବାଚନ । ସେ ନେଇ ଜାତୀୟ ନିର୍ବାଚନ ଆୟୋଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ସମ୍ପୂର୍ଣ୍ଣ କୋଭିଡ୍ କଟକଣା ନିୟମାନୁସାରେ ହେବ ନିର୍ବାଚନ । ତେବେ ନିର୍ବାଚନ ପାଇଁ ପ୍ରାର୍ଥୀମାନେ ଅନଲାଇନରେ ନୋମିନେସନ କରିବେ । ଦୁଇଟି ୱେବସାଇଟରେ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ନିର୍ବାଚନ ଆୟୋଗ ବ୍ୟବସ୍ଥା କରିଛନ୍ତି । ତେବେ ୱେବସାଇଟ ଦୁଇଟି ହେଲା ସିଇଓ, ଡିଇଓ ।

ସେପଟ କରୋନା କଟକଣା ମାନି ନିର୍ବାଚନରେ ଦାୟିତ୍ୱରେ ଥିବା ବ୍ୟକ୍ତି ମାସ୍କ ବ୍ୟବହାର କରିବେ । ନିର୍ବାଚନ ପରିଚାଳନା ବେଳେ ଥର୍ମାଲ ସ୍କ୍ରନିଂ ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ । କୋଭିଡ ନିୟମର ତଦାରଖ ଦେଇ ନୋଡାଲ ଅଧିକାରୀ ରହିବେ । ଇଭିଏମ , ଭିଭିପାଟ ଦାୟିତ୍ୱରେ ଥିବା ଅଧିକାରୀ ଗ୍ଲୋବସ ବ୍ୟବହାର କରିବେ । କୋଭିଡ ନିୟମ ପାଳନ ସହ ପୁଲିଂ ଅଧିକାରୀଙ୍କୁ ଗାଡିରେ ନିଆଯିବ । ଓଡିଶାରେ ଆଗକୁ ଅଛି ବାଲେଶ୍ୱର ସଦର ଓ ତିର୍ତୋଲ ଉପ ନିର୍ବାଚନ ।