ଦୁନିଆର ସବୁଠୁ ବଡ ପିଙ୍କ ଡାଇମଣ୍ଡ । ହୀରାର ମୂଲ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

157

କନକ ବ୍ୟୁରୋ : ୩ଶହ ବର୍ଷ ପରେ ମିଳିଲା ସବୁଠୁ ବଡ ଗୋଲାପି ହୀରା । ଯାହାର ଓଜନ ରହିଛି ୧୭୦ କ୍ୟାରେଟ୍ । କୁହାଯାଉଛି କି ଏହା ୩ଶହ ବର୍ଷ ପରେ ମିଳିଥିବା ସବୁଠୁ ବଡ ଗୋଲାପି ହୀରା । ଏହା ପୂର୍ବରୁ ଏତେ ବଡ ହୀରା ଦେଖିବାକୁ ମିଳିନଥିଲା ।
ଏକ ଅଷ୍ଟ୍ରେଲିଆର ଖନନ କମ୍ପାନୀର କହିବା ଅନୁସାରେ ଏହି ହିରା ତିନିସପ୍ତାଦୀ ମଧ୍ୟରେ ମିଳିଥିବା ସବୁଠୁ ବଡ ଓ ଦାମୀ ହୀରା । ଯଦି ଏହାକୁ ନିଲାମୀ ଡକାଯାଏ, ତାହେଲେ ଏହାର ମୂଲ୍ୟ ୧ହଜାର କୋଟିରୁ ଅଧିକ ହେବ । ତେବେ ଏହି ହୀରାଟି ଆଫ୍ରିକା ଦେଶର ଅଙ୍ଗୋଲାରୁ ଠାବ କରାଯାଇଛି । ଅଙ୍ଗୋଲା ସ୍ଥିତ ଏକ ଖଣିରେ ବଡ ଆକାରର ହୀରା ଭରି ହୋଇ ରହିଛି । ଏଥିରେ ଅଙ୍ଗୋଲାର ସରକାର ବି ଭାଗିଦାରୀ ଅଛନ୍ତି । ଅଙ୍ଗୋଲା ସ୍ଥିତ ଲୁଲୋ ଖଣିରୁ ଏହା ପୂର୍ବରୁ ୧୦୦ କ୍ୟାରେଟର ୨୭ଟି ହୀରା ମିଳିସାରିଛି । ଏହି ଦୁର୍ଲଭ ପିଙ୍କ ଡାଇମଣ୍ଡ ଏହି ଖଣୀରୁ ମିଳିଥିବା ୫ମ ବୃହତ ହୀରା ଅଟେ । ଦୁନିଆରେ ଏବେ ଯାଏ ମିଳିଥିବା ସବୁଠୁ ବଡ ହୀରା ମଧ୍ୟରୁ ୨ଟି ହୀରା ଏହି ଲୋଲୁ ଖଣୀରୁ ମିଳିଛି । ତେଣୁ ଏହି ଖଣୀ ଉପରେ ସରକାରଙ୍କର ବି ସହଭାଗିତା ରହିଛି