୩ ଉତର -ପୂର୍ବ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା, ଜାଣନ୍ତୁ ଏହି ୩ରାଜ୍ୟର ସମିକରଣ

138

କନକ ବ୍ୟୁରୋ : ତିନି ଉତର-ପୂର୍ବ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବୁଧବାର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଫେବ୍ରୁଆରୀ ୧୬ ତାରିଖରେ ତ୍ରିପୁରା, ଫେବ୍ରୁଆରୀ ୨୭ ତାରିଖରେ ଉଭୟ ମେଘାଳୟ ଓ ନାଗାଲାଣ୍ଡରେ ନିର୍ବାଚନ ହେବ । ୬୦ ଲେଖାଏଁ ଆସନ ବିଶିଷ୍ଟ ତିନି ରାଜ୍ୟର ନିର୍ବାଚନୀ ଫଳାଫଳ ମାର୍ଚ୍ଚ ଦୁଇ ତାରିଖରେ ପ୍ରକାଶ କରାଯିବ । ଏହି ତିନି ରାଜ୍ୟର ବିଧାନସଭା କାର୍ଯ୍ୟକାଳ ମାର୍ଚ୍ଚ ମାସରେ ହେବ । ଏହି ତିନି ଉତର-ପୂର୍ବ ରାଜ୍ୟ ମଧ୍ୟରୁୁ ତ୍ରିପୁରା ଉପରେ ବିଜେପି ଫୋକସ୍ କରିଛି । କାରଣ ୨୦୧୮ରେ ତ୍ରିପୁରାରେ ପ୍ରଥମ ଥର ପାଇଁ ବିଜେପି ବିଜୟୀ ହୋଇଥିଲା । ଏହି ତିନି ରାଜ୍ୟର ନିର୍ବାଚନୀ ଫଳାଫଳ ୨୦୨୪ ଲୋକସଭା ନିର୍ବାଚନ ଏବଂ ଏହା ପୂର୍ବରୁ ହେବାକୁ ଥିବା ଅନ୍ୟ ୬ ରାଜ୍ୟର ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବ ।

ତିନି ରାଜ୍ୟର ସମୀକରଣ
ତ୍ରିପୁରା-୬୦ ଆସନ୍
-୨୦୧୮ ନିର୍ବାଚନରେ ବିଜେପି-୩୩, ଆଇପିଏଫଟି-୪, ସିପିଏମ-୧୫, କଂଗ୍ରେସ-୧ ପାଇଥିଲେ
-୨୦୧୮ରେ ପ୍ରଥମ ଥର ପାଇଁ ତ୍ରିପୁରାରେ ସରକାର ଗଢିଥିଲା ବିଜେପି
– ବିପ୍ଲବ ଦେବଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି
-୨୦୨୨ ମେ’ ମାସରେ ବିଜେପି ବିପ୍ଲବଙ୍କୁ ହଟାଇ ମାଣିକ ଶାହାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା
-ତେଣୁ ମାଣିକ ଶାହାଙ୍କୁ ଦଳ ଭିତରେ ବିରୋଧର ସାମ୍ନା କରିବାକୁ ପଡିପାରେ
-ଏଠାରେ ଆଦିବାସୀ ସମ୍ପଦାୟର ଆଇପିଏଫଟି ସହ ବିଜେପିର ମେଂଟ
-ବାମ ପନ୍ଥୀ ସହ ମିଶି ଲଢିବ କଂଗ୍ରେସ

ମେଘାଳୟ-୬୦ ଆସନ
-୨୦୧୮ ନିର୍ବାଚନରେ କଂଗ୍ରେସ ସର୍ବାଧିକ ୨୧ ଆସନ ଜିତିଥିଲେ ବି ଏଠାରେ ସରକାର କରିପାରିନଥିଲା
-ବିଜେପି-୨, ଏନଡିପି-୮, ପିଡିଏଫ୍-୨ ସହ ମିଶି ସରକାର କରିଥିଲା ଏନଏନପି
-ଏନପିପିର କନରଡ ସଙ୍ଗମା ମୁଖ୍ୟମନ୍ତ୍ରୀ ହୋଇଥିଲେ
-ମମତା ବାନାର୍ଜୀଙ୍କ ଟିଏମସି ଏଠାରେ ୯ ଟି ଆସନ ଜିତିଥିଲା
-ଏନପିପି, ବିଜେପି ବିବାଦ ଯୋଗୁ ଏନପିପିର ଦୁଇ ବିଧାୟକ ବିଜେପିରେ ମିଶିଥିଲେ
-ସାଙ୍ଗମା ଏଥର ଏକାକୀ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି
-ତେଣୁ ଏଠାରେ କଂଗ୍ରେସର ପଲା ଭାରି ରହିବ

ନାଗାଲାଣ୍ଡ-୬୦ ଆସନ
-୨୦୧୮ ନିର୍ବାଚନ ପରେ ଏଠାରେ ବିରୋଧୀ କେହି ନଥିଲେ
-ବିଜେପି-୧୨, ଏନଏପିଏଫ-୨୬, ଏନପିପି-୨, ଜେଡିୟୁ-୧, ଏନଡିପିପି-୧୮ ମିଶି ସରକାର ଗଢିଥିଲେ
-ଏଥର ବିଜେପି ଏନଡିପିପି ସହ ମିଶି ନିର୍ବାଚନ ଲଢିବ
-ବିଜେପି ୨୦ ଏନଡପିପି ୪୦ ଆସନରେ ଲଢିବାକୁ ଯୋଜନା କରିଛନ୍ତି
-୧୬ ଜିଲ୍ଲାକୁ ନେଇ ‘ନାଗାଲାଣ୍ଡ ଫ୍ରଂଟିୟର’ ନୂଆ ରାଜ୍ୟ ଗଠନ ଦାବି ଉଠୁଛି
-କେନ୍ଦ୍ର ସରକାର ସେଠାକାର ବାସିନ୍ଦାଙ୍କ ସହ କଥା ହୋଇଛନ୍ତି
-ନୂଆ ରାଜ୍ୟ ଦାବି ନିର୍ବାଚନକୁ ପ୍ରଭାବିତ କରିବ