ଆଉ ହୋଇପାରିବନି ଇଭିଏମ ଟ୍ୟାମ୍ପରିଂ, ଲଞ୍ଚ ହେଲା ଇଭିଏମର ନୂଆ ମଡେଲ! ଜାଣନ୍ତୁ ମାର୍କ-୩ରେ କେଉଁ କେଉଁ ଅତ୍ୟାଧୁନିକ ଫିଚର ରହିଛି

35

ନିର୍ବାଚନରେ ସ୍ୱଚ୍ଛତା ଆଣିବା ପାଇଁ ଏକ ନୂଆ ଇଭିଏମ ଲଞ୍ଚ କଲା ନିର୍ବାଚନ କମିଶନ । ଗୋଟିଏ ପଟେ ଇଭିଏମ ଟ୍ୟାମ୍ପରିଂକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଏଥିରେ ପୂର୍ଣ୍ଣଛେଦ ପକାଇବା ପାଇଁ ନୂଆ ଇଭିଏମ ଲଞ୍ଚ କରିଛି ନିର୍ବାଚନ କମିଶନ । ବୁଧବାର ଦିନ ନିର୍ବାଚନ କମିଶନ ନ୍ୟୁ ଜେନେରେସନ ଇଭିଏମ ଲଞ୍ଚ କରିଛନ୍ତି । ଯାହାର ନାଁ ରହିଛି ମାର୍କ-୩ । ନିବାର୍ଚନ କମିଶନଙ୍କ କହିବା ଅନୁଯାୟୀ, ଏହି ଇଭିଏମଟି ଟ୍ୟାମ୍ପର ପ୍ରୁଫ୍ ଅଟେ । ଅର୍ଥାତ ଏହାକୁ କେହି ଟ୍ୟାମ୍ପରିଂ କରିପାରିବେ ନାହିଁ ।

ଏହି ନୂଆ ମାର୍କ-୩ ଇଭିଏମର ସୁରକ୍ଷା ପାଇଁ ଅନେକ ଅତ୍ୟାଧୁନିକ ଫିଚର ରହିଛି । ସୁବୁଠୁ ବଡ କଥା ହେଲା ଏଥିରେ ଲାଗିଥିବା ଚିପକୁ ଦ୍ୱିତୀୟ ଥର ପାଇଁ ରିପୋଗ୍ରାମ କରାଯାଇ ପାରିବ ନାହିଁ । ଅଥାର୍ତ ଗୋଟିଏ ଥର ହିଁ ସଫ୍ଟୱେୟାର କୋର୍ଡ ବ୍ୟବହାର କରାଯାଇପାରିବ । ଏହାବାଦ୍ ଇଣ୍ଟରନେଟ ଓ କୌଣସି ନେଟୱାର୍କ ଏହି ଇଭିଏମରେ ଲିଙ୍କ୍ କରାଯାଇପାରିବ ନାହିଁ ।

ତେବେ ଏହାକୁ କୌଣସି ବ୍ୟକ୍ତି ଖୋଲିବାକୁ ଚାହିଁଲେ ଏହା ଆପଣାଛାଏଁ ବନ୍ଦ ହୋଇଯିବ । ଏପରିକି ,ଥିରୁ ଗୋଟିଏ ସ୍କ୍ରୃ ଯଦି ବି କିଏ ଖୋଲିବାକୁ ଚେଷ୍ଟା କରେ ତେବେ ଏହା ଆପଣାଛାଏଁ ସଟଡାଉନ ହୋଇଯିବ । ସବୁଠୁ ବଡ କଥା ହେଲା ପୁରୁଣା ଇଭିୟମ ମାର୍କ-୨ରେ ମାତ୍ର ୪ଟି ବାଲାଟ ୟୁନିଟ ଓ ୬୪ ପ୍ରାର୍ଥୀଙ୍କ ତଥ୍ୟ ରହୁଥିବା ବେଳେ ନୂଆ ମାର୍କ-୩ରେ ୨୪ ବାଲାଟ ୟୁନିଟ ରହିବା ସହ ୩୮୪ ପ୍ରାର୍ଥୀଙ୍କ ତଥ୍ୟ ସୁରକ୍ଷିତ ରହି ପାରିବ । ନିର୍ବାଚନରେ ବ୍ୟବହାର ହେବାକୁ ଥିବା ଏହି ଇଭିଏମକୁ ଭାରତରେ ପ୍ରସ୍ତୁତ କରାଯାଇଛି । ଭାରତ ଇଲୋକଟ୍ରୋନିକ୍ସ ଲିମିଟେଡ ଓ ବାଙ୍ଗାଲୋର ଆଣ୍ଡ ଇଲୋକଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆର ମିଳିତ ଉଦ୍ୟମରେ ଏହା ପ୍ରସ୍ତୁତ କରାଯାଇଛି । ସଫ୍ଟୱେୟାର ମଧ୍ୟ ଏହିଠାରେ ଲେଖାଯାଇଥାଏ । ଏହାପରେ ଏଥିରେ ଚିପ ଲଗାଇବାକୁ ଆମେରିକା କିମ୍ବା ଜାପାନ କମ୍ପାନୀକୁ ଦିଆଯାଇଥାଏ ।

ତେବେ ଏହି ନୂଆ ମାର୍କ-୩ ଇଭିଏମକୁ କର୍ଣ୍ଣାଟକ ନିର୍ବାଚନରେ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯିବ । ମୋଟ ୧୮୦୦ଟି ଏଭଳି ଇଭିଏମ କର୍ଣ୍ଣାଟକ ନିର୍ବାଚନରେ ବ୍ୟବହାର କରାଯିବ । ଏପରିକି ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଏହି ଇଭିଏମକୁ ବ୍ୟବହାର କରିବାକୁ ଯୋଜନା କରାଯାଇଛି । ଏଠାରେ ସୁଚନାଯୋଗ୍ୟ ଯେ, ୧୯୭୭ ମସିହାରେ ନିର୍ବାଚନରେ ଇଭିଏମ ବ୍ୟବହାର କରିବାକୁ ଯୋଜନା ହୋଇଥିଲା । ତେବେ ଏହି ସ୍ୱପ୍ନ ୧୯୯୮ ମସିହାରେ ପୂରଣ ହୋଇଥିଲା । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ନୂଆଦିଲ୍ଲୀର କିଛି ନିର୍ବାଚନୀ ବୁଥରେ ପ୍ରଥମଥର ପାଇଁ ଇଭିଏମ ବ୍ୟବହାର କରାଯାଇଥିଲା ।

ଇଭିଏମର ପ୍ରଥମ ମଡେଲ ମାର୍କ-୧ ୧୯୮୯ ମସିହାରୁ ୨୦୦୬ ମସିହା ମଧ୍ୟରେ ପ୍ରସ୍ତୁତ କରାଯାଇଥିଲା । ଏହାକୁ ଶେଷ ଥର ପାଇଁ ୨୦୧୪ ମସିହାରେ ବ୍ୟବହାର କରାଯାଇଥିଲା । ସେହିଭଳି ମାର୍କ-୨ ଭର୍ସନର ଇଭିଏମ ୨୦୦୬ରୁ ୨୦୧୨ ମସିହାରେ ପ୍ରସ୍ତୁତ କରାଯାଇଥିଲା ।