କନକ ବ୍ୟୁରୋ: ମିଥ୍ୟା ସୂଚନାର ପ୍ରସାରକୁ ରୋକିବା ପାଇଁ ଆରମ୍ଭ ହେଲା 'ମିଥ୍ ଭର୍ସେସ୍ ରିଅଲିଟି ରେଜିଷ୍ଟର’ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁ ନୂଆଦିଲ୍ଲୀସ୍ଥିତ ନିର୍ବାଚନ ସଦନରେ ଏହାର ଶୁଭାରମ୍ଭ କରିଛନ୍ତି । ନିର୍ବାଚନ ଆୟୋଗଙ୍କ ଅଧିକୃତ ୱେବସାଇଟ ମାଧ୍ୟମରେ ‘ମିଥ୍ ବନାମ ରିଅଲିଟି ରେଜିଷ୍ଟର’ ଜନସାଧାରଣଙ୍କ ପାଇଁ ଉପଲବ୍ଧ । ‘ମିଥ୍ ଭର୍ସେସ୍ ରିଅଲିଟି ରେଜିଷ୍ଟର’ର ପ୍ରଚଳନ ନିର୍ବାଚନ ପ୍ରକ୍ରିୟାକୁ ଭୁଲ ସୂଚନାରୁ ରକ୍ଷା କରିବା ପାଇଁ ନିର୍ବାଚନ କମିସନଙ୍କ ଜାରି ରହିଥିବା ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଭୁଲ ସୂଚନାକୁ ଚିହ୍ନଟ ହେବା ନିର୍ବାଚନୀ ସ୍ୱଚ୍ଛତା ପାଇଁ ଅର୍ଥ, ବାହୁବଳ ଏବଂ ଏମସିସି ଉଲ୍ଲଂଘନ ମଧ୍ୟ ରହିଛି । ବିଶ୍ୱବ୍ୟାପୀ ଅନେକ ଗଣତାନ୍ତ୍ରିକ ଦେଶରେ ଭୁଲ ସୂଚନା ଏବଂ ମିଥ୍ୟା ଖବର ପ୍ରସାର ଚିନ୍ତାର କାରଣ ପାଲଟିଥିବା ବେଳେ ନିର୍ବାଚନ ପ୍ରକ୍ରିୟାରେ ଭୋଟରମାନେ ଯେପରି ସଠିକ ଏବଂ ଯାଞ୍ଚ ସୂଚନା ପାଇପାରିବେ ତାହା ସୁନିଶ୍ଚିତ କରିବା ପାଇଁ ନିର୍ବାଚନ କମିଶନଙ୍କ ଏହି ଅଭିନବ ଏବଂ ସକ୍ରିୟ ପଦକ୍ଷେପ ଏକ ପ୍ରୟାସ ।