“ପିଏମ୍ ମୋଦି” ସିନେମା ଉପରେ ପୁଣିଥରେ ସଙ୍କଟ ! ନିର୍ବାଚନ ନ ହେବା ପର୍ଯ୍ୟନ୍ତ ରିଲିଜ୍ ହୋଇପାରିବ ନାହିଁ ସିନେମା

277

ପ୍ରଧାନମନ୍ତ୍ରୀଙ୍କ ବାୟୋପିକ୍ “ପିଏମ୍ ନରେନ୍ଦ୍ର ମୋଦି” ସିନେମା ଆସନ୍ତାକାଲି ରିଲିଜ୍ ହେବାକୁ ଥିବାବେଳେ ଏବେ ଏହି ଫିଲ୍ମକୁ ନିର୍ବାଚନ ଶେଷ ପର୍ଯ୍ୟନ୍ତ ରିଲିଜ୍ କୁ ରୋକ୍ ଲଗାଇ ଦିଆଯାଇଛି । ନିର୍ବାଚନ ଆୟୋଗଙ୍କ କହିବାନୁସାରେ କୌଣସି ରାଜନୈତିକ ବ୍ୟକ୍ତିବିଶେଷ ତଥା ଏହାର ଉଦେ୍ଧଶ୍ୟକୁ ପୁରଣ କରୁଥିବା କୌଣସି ନେତାଙ୍କ ତଥା ନିର୍ବାଚନ ଉପରେ କୌଣସି ପ୍ରଭାବ ପକାଇବା କ୍ଷମତା ରଖୁଥିବା ବାୟୋଗ୍ରାଫିକୁ ପ୍ରେକ୍ଷାଳୟ ତଥା କୌଣସି ଇଲେକ୍ଟ୍ରୋନିକ୍ ମିଡିଆରେ ପ୍ରସାରଣ କରାଯିବ ନାହିଁ । ବୁଧବାର ଦିଆଯାଇଥିବା ଆଦେଶରେ ନିର୍ବାଚନ ଆୟୋଗ ବାୟୋପିକ୍ ପିଏମ୍ ମୋଦି,ଏନଟିଆର୍ ଲକ୍ଷ୍ମୀ ଏବଂ ଉଦ୍ୟମା ସିମହମ୍ ଭଳି ସିନେମାକୁ ନିର୍ବାଚନ ପର୍ଯ୍ୟନ୍ତ ରୋକ ଲଗାଇ ଦେଇଛନ୍ତି ।

ଏହା ପୂର୍ବରୁ ସୁପ୍ରିମକୋର୍ଟ ଏପ୍ରିଲ୍ ୯ ତାରିଖରେ ଅଭିନେତା ବିବେକ ଓବରଏ ଅଭିନିତ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି’ ଉପରେ ରୋକ ଲଗାଇବା ପାଇଁ ମନା କରିଦେଇଥିଲେ । ସୁପ୍ରିମକୋର୍ଟ ମଙ୍ଗଳବାର କହିଥିଲେ, ନିର୍ବାଚନ ଆୟୋଗ ଏହି ଫିଲ୍ମକୁ ଆଚାର ସଂହିତା ଉଲ୍ଲଘଂନ କରିବା ନେଇ ରିଲିଜ୍ କରିବାକୁ ମନା କରି ଦେଇଥିଲେ ।