କରୋନା ସ୍ଥିତି ଦେଖି ନିର୍ବାଚନ ଆୟୋଗଙ୍କ ବଡ ନିଷ୍ପତ୍ତି, ରାଲି ଓ ରୋଡ ସୋ ଉପରେ ବଢାଇଲେ କଟକଣା ଅବଧି

106

କନକ ବ୍ୟୁରୋ : ଦେଶରେ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ବଢୁଥିବା କରୋନା ସ୍ଥିତିକୁ ନଜରରେ ରଖି ନିର୍ବାଚନ ଆୟୋଗ ବଡ ରାଲି ଓ ରୋଡ ସୋ ଉପରେ କଟକଣା ଅବଧି ବୃଦ୍ଧି କରିଛନ୍ତି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମୁତାବକ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ରାଲି ଓ ରୋଡ ସୋ କରିପାରିବେ ନାହିଁ । ଆଜି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ଉପରେ ମୋହର ଲାଗିଛି । ଏହି ବୈଠକରେ ବଢୁଥିବା କରୋନା ସଂକ୍ରମଣ ଓ ବର୍ତମାନର ସ୍ଥିତି ନେଇ ଆଲୋଚନା ହୋଇଥିଲା ।

ବୈଠକରେ ଯୋଗ ଦେଇଥିବା ସମସ୍ତ ଲୋକ ରାଲି ଉପରେ କଟକଣା ଅବଧି ବୃଦ୍ଧି କରିବାକୁ ସହମତି ପ୍ରକାଶ କରିଥିଲେ । ଏନେଇ ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ବଡ ବଡ ରାଲି, ଜନସଭା କିମ୍ବା ରୋଡ ସୋ କରିପାରିବେ ନାହିଁ । ଅନ୍ୟପଟେ ଗତକାଲି ସମାଜବାଦୀ ପାର୍ଟି ତରଫରୁ ଏକ ବଡ ଜନସଭାର ଆୟୋଜନ କରାଯାଇଥିଲା । ଏନେଇ ଆଜିର ବୈଠକରେ ଏନେଇ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ସମସ୍ତ ଅଭିଯୋଗ ଶୁଣିଥିଲେ । ଅନ୍ୟପଟେ ଏହି କଟକଣା ଅବଧି ଭିତରେ ଇନଡୋର ରାଲି ଓ ଛୋଟ ଛୋଟ ଜନସଭାକୁ ଅନୁମତି ମିଳିଛି । ଏଭଳି ରାଲି ଓ ଜନସଭାରେ ସର୍ବାଧିକ ୩୦୦ ଲୋକ ଏକତ୍ରିତ ହୋଇ ପାରିବେ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।