୫ ରାଜ୍ୟର ବିଧାନସଭା ନିର୍ବାଚନ : ପ୍ରଚାର ଓ ରାଲି ଉପରେ ନୂଆ କଟକଣା ଜାରି କଲେ ନିର୍ବାଚନ ଆୟୋଗ

ଝାରସୁଗୁଡ଼ାରେ ରେକର୍ଡ ସଂଖ୍ୟାରେ ମତଦାନ : ମୋଟ୍ ୭୯.୨୧% ପଡ଼ିଛି ଭୋଟ୍; ପଛରେ ପଡ଼ିଲା ୨୦୧୯ ଭୋଟିଂ ପ୍ରତିଶତ

କନକ ବ୍ୟୁରୋ : ଚଳିତମାସ ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ପୂର୍ବରୁ ରୋଡ ଶୋ, ପଦଯାତ୍ରା, ରାଲି ଉପରେ ଲଗାଇଥିବା କଟକଣା ଅବଧିକୁ ବୃଦ୍ଧି କରିଛନ୍ତି । ଅନ୍ୟପଟେ ରାଜନୈତିକ ସଭା ଉପରେ ପୂର୍ବରୁ ଲାଗିଥିବା କଟକଣା କୋହଳ କରିଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ଆୟୋଗ କହିଛନ୍ତି କି ବନ୍ଦ ସଭା କକ୍ଷରେ ହେଉଥିବା ସଭାରେ କକ୍ଷର କ୍ଷମତା ତୁଳନାରେ ୫୦ ପ୍ରତିଶତ ଲୋକ ଯୋଗ ଦେଇପାରିବେ ଓ ଖୋଲା ପଡିଆରେ କ୍ଷମତା ତୁଳନାରେ ୩୦ ପ୍ରତିଶତ ଲୋକ ଉପସ୍ଥିତ ରହିପାରିବେ ।

ଅନ୍ୟପଟେ ଘରକୁ ଘର ଯାଇ ନିର୍ବାଚନ ପ୍ରଚାର କରିବା ବେଳେ ପ୍ରାର୍ଥୀ ନିଜ ସହିତ ସର୍ବାଧିକ ୨୦ ଜଣ ଲୋକଙ୍କୁ ସାଥିରେ ନେଇପାରିବେ । ସେହିପରି ସକାଳ ୮ ଟାରୁ ରାତି ୮ ଟା ମଧ୍ୟରେ ପ୍ରଚାର ସାରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

କହିରଖୁ କି ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର, ଉତ୍ତରଖଣ୍ଡରେ ଚଳିତ ମାସ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ ଓ ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣତି ହେବ । ହେଲେ ଦେଶରେ କରୋନା ମହାମାରୀ ବ୍ୟାପିଥିବାରୁ ନିର୍ବାଚନ ଆୟୋଗ ନିର୍ବାଚନ ପ୍ରଚାର ଉପରେ କଟକଣା ଲଗାଇଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe