ଇଭିଏମରେ ବିଜେପିର ନିର୍ବାଚନୀ ଚିହ୍ନ ‘ପଦ୍ମ’ ସହିତ ଦଳର ନାମ ଲେଖା ହୋଇଥିବା ଅଭିଯୋଗ ଆଣିଲା ଟିଏମସି : ଅଭିଯୋଗକୁ ଖାରଜ କଲେ ନିର୍ବାଚନ କମିଶନ

295

ଲୋକସଭା ନିର୍ବାଚନ ମଧ୍ୟରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ମାମଲା ପୁଣି ଥରେ ଆସିଛି । ଇଭିଏମରେ ବିଜେପିର ନିର୍ବାଚନୀ ଚିହ୍ନ ପଦ୍ମ ସହିତ ଦଳର ନାମ ଲେଖାହୋଇଥିବାର ଅଭିଯୋଗରେ ତୃଣମୂଳ କଂଗ୍ରେସକୁ ଝଟକା ଲାଗିଛି । ନିର୍ବାଚନ କମିଶନ ତୃଣମୂଳ କଂଗ୍ରେସର ଏହି ଅଭିଯୋଗକୁ ଖାରଜ କରିଦେଇଛି ।

ତୃଣମୂଳ କଂଗ୍ରେସର ମହାସଚିବ ସୁବ୍ରତ ବକ୍ସି ଏହି ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ୨୬ ଏପ୍ରିଲରେ ଅଭିଯୋଗ କରିଥିଲେ । ସେ ଅଭିଯୋଗ ଆଣିଥିଲେ କି, ପଶ୍ଚିମବଙ୍ଗର ବୈରକପୁର କ୍ଷେତ୍ରରେ ଇଭିଏମରେ ଭାରତୀୟ ଜନତା ଦଳର ନିର୍ବାଚନୀ ଚିହ୍ନ ଠିକ୍ ତଳେ ଦଳର ନାମ(ବିଜେପି) ଲେଖା ହୋଇଛି । ଏଠାରୁ ବିଜେପି ପ୍ରାର୍ଥୀ ଅର୍ଜୁନ ସିଂହ ଅଛନ୍ତି । ଅଭିଯୋଗ ପରେ ଦିଲ୍ଲୀରେ କଂଗ୍ରେସ ଓ ତୃଣମୂଳ କଂଗ୍ରେସର ନେତାଙ୍କ ପ୍ରତିନିଧି ମଣ୍ଡଳ, ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ ଅରୋଡାଙ୍କୁ ସାକ୍ଷାତ କରିଥିଲେ । ସେମାନେ ନିର୍ବାଚନ କମିଶନକୁ କହିଲେ କି, ବାଲାଟ୍ ପେପରରେ ଚିହ୍ନ ସହିତ ଦଳର ନାମ ହେବା ବେଆଇନ ଓ ଏହାର ଯାଂଚ ହେବା ଉଚିତ୍ । ଏହା ସହିତ ଆସନ୍ତା ପର୍ଯ୍ୟାୟରେ ଏହି ଇଭିଏମ ହଟିବା ଉଚିତ୍ । ନିର୍ବାଚନ କମିଶନ ଏହାର ଜବାବ ଦେଇ କହିଲେ କି, ବାଲାଟ ପେପରରେ ଏମିତି କିଛି ନାହିଁ, ଯେଉଁଥିରେ ଚିହ୍ନ ସହିତ ଦଳର ନାମ ଥିବ ।