କନକ ବ୍ୟୁରୋ: ଲୋକସଭା ନିର୍ବାଚନରେ ନେତାଙ୍କ ପ୍ରଚାର ଓ ବୟାନବାଜିକୁ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ଆୟୋଗ ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡଗେଙ୍କୁ ନୋଟିସ୍ କରିଛନ୍ତି । ଏହି ନୋଟିସରେ ନିଜ ନିଜ ଷ୍ଟାର ପ୍ରଚାରକଙ୍କୁ ଠିକ୍ ଢଙ୍ଗରେ ଏବଂ ସାବଧାନତା ସହକାରେ ବୟାନ ରଖିବାକୁ କହିବାକୁ ସୂଚନା ଦେଇଛନ୍ତି ନିର୍ବାଚନ ଆୟୋଗ ।
ନିର୍ବାଚନ ଆୟୋଗଙ୍କ କହିବା କଥା, ଜାତି, ସମୁଦାୟ, ଭାଷା ଏବଂ ଧର୍ମକୁ ଆଧାର କରି ପ୍ରଚାର କରାନଯାଉ । ନିର୍ବାଚନ କାରଣରୁ ଭାରତର ସାମାଜିକ-ସାଂସ୍କୃତିକ ମାହୋଲ ଉପରେ କୌଣସି ପ୍ରଭାବ ନପଡୁ ବୋଲି କହିଛନ୍ତି ନିର୍ବାଚନ ଆୟୋଗ । ବିଜେପି ଏବଂ କଂଗ୍ରେସ ଭଳି ଦୁଇ ବଡ ପାର୍ଟିକୁ ଏନେଇ ନୋଟିସ୍ ଜାରି କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ।
ଅନ୍ୟପଟେ ବିଜେପି ସମାଜକୁ ବାଣ୍ଟିବା ଭଳି ଭାଷଣ ଦେବା ବନ୍ଦ କରୁ । ଏଥିସହ କଂଗ୍ରେସର ପ୍ରଚାରକମାନେ ଅଗ୍ନିବୀର ସ୍କିମ ଉପରେ ରାଜନୈତିକ ବୟାନ ରଖିବାକୁ ମନା କରିଛନ୍ତି ନିର୍ବାଚନ ଆୟୋଗ । ଦେଶର ପ୍ରତିରକ୍ଷା ବଳକୁ ନେଇ ରାଜନୀତିକରଣ ନକରିବାକୁ ଆହ୍ୱାନ ଦେଇଛନ୍ତି ନିର୍ବାଚନ ଆୟୋଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/05/664dcd0d90b14-congress-bjp-224636707-16x9-1.webp)