କନକ ବ୍ୟୁରୋ : ରାଜ୍ୟରେ ନିର୍ବାଚନୀ ହିଂସା ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଲେ ନିର୍ବାଚନ କମିଶନ ଆଦିତ୍ୟ ପାଢୀ । ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ନେଇ ଆଇନ ଶୃଙ୍ଖଳା ସମ୍ପର୍କରେ ହେଉଛି ଆଲୋଚନା । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ନେଇ ଆସିଥିଲା ଖବର ।

Advertisment

ରାଜନୈତିକ ହିଂସା ଭିତରେ ଗତକାଲି ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ତେବେ ଭୋଟ ବେଳେ ବିହାର, ୟୁପି ଷ୍ଟାଇଲରେ ହେଉଥିବା ହିଂସାକାଣ୍ଡ ଓଡିଶା ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଥିଲା । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଲଣ୍ଡା ପଞ୍ଚାୟତରେ ଭୋଟ ଗ୍ରହଣ ବେଳେ ଉଗ୍ର ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ଗୋଷ୍ଠୀ ସଂଘର୍ଷରୁ ବୋମା ମାଡ ସହ ଠେଙ୍ଗା ବାଡିରେ ପରସ୍ପରକୁ ଆକ୍ରମଣ କରିଥିଲେ ରାଜନୈତିକ କର୍ମୀ । ସେପଟେ କଣାସ ବ୍ଲକ ବଢ଼ାଳ ପଞ୍ଚାୟତରେ ବୁଥ କ୍ୟାପଚରିଙ୍ଗ ହେଉଥିବା ଶୁଣି, ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିଲା । ଆଉ ଏହାକୁ ନେଇ ପରସ୍ପରକୁ ଦୋଷ ଦେଇଛନ୍ତି ବିଜେପି ଓ ବିଜେଡି ।