କନକ ବ୍ୟୁରୋ : ଶରଦ ପାୱାରଙ୍କୁ ନିର୍ବାଚନ ଆୟୋଗ ବଡ ଝଟକା ଦେଇଛନ୍ତି । ଅଜିତ ପାୱାର ଓ ଶରଦ ପାୱାରଙ୍କ ମଧ୍ୟରେ ଏନସିପିକୁ ନେଇ ଲାଗିଥିବା ବିବାଦ ଭିତରେ ନିର୍ବାଚନ ଆୟୋଗ ନିଷ୍ପତ୍ତି ଶୁଣାଇଛନ୍ତି କି, ଅଜିତ୍ ପାୱାର ଗୋଷ୍ଠୀ ଅସଲି ଏନସିପି । ନିର୍ବାଚନ ଆୟୋଗ କହିଛନ୍ତି କି ସମସ୍ତ ପ୍ରମାଣକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ନିର୍ବାଚନ ଆୟୋଗ କହିଛନ୍ତି କି, ଏବେ ଅଜିତ ପାୱାର ଗୋଷ୍ଠୀ ଏନସିପିର ନାମ ଓ ନିର୍ବାଚନୀ ଚିହ୍ନ ବ୍ୟବହାର କରିପାରିବେ । ଏହାସହ ନୂଆ ପାର୍ଟି ଗଠନ କରିବାକୁ ଶରଦ ପାୱାର ଗୋଷ୍ଠୀକୁ ୩ଟି ନାମ ଦେବାକୁ ନିର୍ବାଚନ ଆୟୋଗ କହିଛନ୍ତି । ଏହି ନାମ ବୁଧବାର ଅପରାହ୍ନ ୪ଟା ସୁଦ୍ଧା ଦେବାକୁ ପଡିବ ।
୬ମାସରୁ ଅଧିକ ସମୟ ଧରି ଚାଲିଥିବା ଏହି ମାମଲା ଉପରେ ୧୦ ରୁ ଅଧିକ ଥର ଶୁଣାଣି ହୋଇଛି । ଏହାପରେ ଆଜି ଶେଷ ନିଷ୍ପତ୍ତି ଶୁଣାଇଛନ୍ତି ନିର୍ବାଚନ ଆୟୋଗ