କନକ ବ୍ୟୁରୋ: ବଦଳିଲା ଭୋଟ୍ ଗଣତି ତାରିଖ । ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ଭୋଟ୍ ଗଣତିର ତାରିଖ ବଦଳାଇଛନ୍ତି ନିର୍ବାଚନ ଆୟୋଗ । ଏହି ଦୁଇ ରାଜ୍ୟରେ ଜୁନ୍ ୪ ବଦଳରେ ଜୁନ୍ ୨ ତାରିଖରେ ଭୋଟ୍ ଗଣତି କରାଯିବ । ଆଉ ସେହିଦିନ ହିଁ ଏହାର ଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ ଆୟୋଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି ।
Election Commission of India changes the counting schedule of Arunachal Pradesh and Sikkim from June 4 to June 2. pic.twitter.com/t53RwnCth5
— ANI (@ANI) March 17, 2024
ଅରୁଣାଚଳ ପ୍ରଦେଶରେ ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଅଛି । ସେହିପରି ସିକ୍କିମରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଅଛି । ତେଣୁ ଏହି ଦୁଇ ରାଜ୍ୟରେ ଭୋଟ୍ ଗଣତିର ତାରିଖ ବଦଳାଇଛନ୍ତି ନିର୍ବାଚନ ଆୟୋଗ । ଅରୁଣାଚଳ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ପବନ କୁମାର ସୈନଙ୍କ ସୂଚନା ମୁତାବକ, ରାଜ୍ୟରେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୨୭ ତାରିଖ । ନାମାଙ୍କନ ପତ୍ରର ଯାଞ୍ଚ ମାର୍ଚ୍ଚ ୨୮ରେ କରାଯିବ, ନାମାଙ୍କନ ପତ୍ରର ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିଛି ମାର୍ଚ୍ଚ ୩୦ ତାରିଖ । ଭୋଟ୍ ଗ୍ରହଣ ପରେ, ଜୁନ୍ ୨ ତାରିଖରେ ଭୋଟ୍ ଗଣତି କରାଯିବ ବୋଲି ସୂଚନା ଦିଆଯାଇଛି ।
ଶନିବାର ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି ଯେ, ସିକ୍କିମରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ଏପ୍ରିଲ ୧୯ ତାରିଖରେ ହେବାକୁ ଅଛି । ଏହି ରାଜ୍ୟରେ କେବଳ ଗୋଟିଏ ଲୋକସଭା ସିଟ୍ ସହିତ ୩୨ଟି ବିଧାନସଭା ସିଟ୍ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/03/23-12.jpg)