ଏବେ ରାଜନୈତିକ ଦଳଙ୍କ ପାଇଁ ମନଇଚ୍ଛା ଚାନ୍ଦାନେବା ପଡିପାରେ ମହଙ୍ଗା, ଆଇନ ମନ୍ତ୍ରଣାଳୟକୁ ଏଭଳି ସୁପାରିଶ କଲେ ନିର୍ବାଚନ ଆୟୋଗ

76

କନକ ବ୍ୟୁରୋ : ରାଜନୈତିକ ଦଳମାନଙ୍କୁ ଏବେ ମନଇଚ୍ଛା ଚାନ୍ଦା ନେବା ମହଙ୍ଗା ପଡିପାରେ । ଏନେଇ ମୁଖ୍ୟନିର୍ବାଚନ ଆୟାଗ ରାଜୀବ କୁମାର ଆଇନ ମନ୍ତ୍ରଣାଳୟକୁ ଏକ ସୁପାରିଶ କରିଛନ୍ତି । ଏହି ସୁପାରିଶ ମୁତାବକ ଏବେ ରାଜନୈତିକ ଦଳମାନେ ନଗଦ ଦାନକୁ ୨୦ ପ୍ରତିଶତ ନଚେତ ସର୍ବାଧିକ ୨୦ କୋଟି ଟଙ୍କା ମଧ୍ୟରେ ସୀମିତ ରଖିବାକୁ ସୁପାରିଶ କରିଛନ୍ତି ।

ଅର୍ଥାତ ରାଜନୈତିକ ଦଳମାନଙ୍କୁ ମିଳୁଥିବା ଚାନ୍ଦାର ନଗଦ ୨୦ ପ୍ରତିଶତ ବା ସର୍ବାଧିକ ୨୦ କୋଟି ମଧ୍ୟରେ ସୀମିତ ରଖିବାକୁ ସେ ସୁପାରିଶ କରିଛନ୍ତି । ନିର୍ବାଚନ ଆୟୋଗଙ୍କ ତରଫରୁ କଳାଧନକୁ ସଫା କରିବା ଆଳରେ ରାଜନୈତିକ ଦଳମାନଙ୍କୁ ମିଳୁଥିବା ଚାନ୍ଦାକୁ ନେଇ ଏଭଳି ପ୍ରସ୍ତାବ ରଖିଛନ୍ତି ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜ୍ଜୁଙ୍କୁ ଚିଠି ଲେଖି ଜନପ୍ରତିନିଧି ଅଧିନିୟମରେ କିଛି ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ଏହି ପ୍ରସ୍ତାବ ମୁତାବକ ରାଜନୈତିକଦଳମାନେ ୨ ହଜାର ଟଙ୍କାରୁ କମ୍ ନଗଦ ଚାନ୍ଦା ଉପରେ କୌଣସି ରିପୋର୍ଟ ଦେବାର ଆବଶ୍ୟକତା ନାହିଁ । ହେଲେ ଏବାକର ଆଇନମୁତାବକ ରାଜନୈତିକ ଦଳମାନେ ଯଦି ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦା ଉଠାଉଛନ୍ତି ତାହେଲେ ଏହାର ଖୁଲାସା ନିଜ ଯୋଗଦାନ ରିପୋର୍ଟରେ କରିବାକୁ ବାଧ୍ୟ ।

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଏବେ ୨୮୪ ଡିଫଲଟର ଓ ଆଇନ ଅନୁପାଳନ କରିନଥିବା ଅଣମାନ୍ୟତା ପ୍ରାପ୍ତ ରାଜନୈତିକ ଦଳଙ୍କୁ ହଟାଇବା ପରେ ନେଇଛନ୍ତି । ଏହି ୨୮୪ ରାଜନୈତିକ ଦଳମାନଙ୍କ ମଧ୍ୟରୁ ୨୫୩ ରୁ ଅଧିକ ଦଳକୁ ନିଷ୍କ୍ରିୟ କରିଦିଆଯାଇଛି ।