କନକ ବ୍ୟୁରୋ: ଆଗକୁ ୨୦୨୪ ଲୋକସଭା ନିର୍ବାଚନ । ଏଥିପାଇଁ ଏବେଠୁ ଅଧିକାଂଶ ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଏହିକ୍ରମରେ ନିର୍ବାଚନ ଆୟୋଗ ମଧ୍ୟ ପଛରେ ପଡିନାହାଁନ୍ତି । ନିର୍ବାଚନକୁ ଆଖି ଆଗରେ ରଖି ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ଭାରତୀୟ ନିର୍ବାଚନ ଆୟୋଗ । ସୋମବାର ନିର୍ବାଚନ ଆୟୋଗ ଦେଶର ରାଜନୈତିକ ଦଳମାନଙ୍କ ପାଇଁ ଏକ କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁଥିରେ ନିର୍ବାଚନ ପ୍ରଚାର, ପୋଷ୍ଟର ମାରିବା, ନିର୍ବାଚନୀ ନାରା ଦେବା ଭଳି କାମରେ ରାଜନୈତିକ ଦଳମାନେ ଛୋଟ ପିଲାଙ୍କୁ ସମ୍ପୃକ୍ତ କରିପାରିବେ ନାହିଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।
ନିର୍ବାଚନ ଆୟୋଗ ଏହି କଡା ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ନିର୍ବାଚନ ସମ୍ଭନ୍ଧୀୟ କୌଣସି ବି କାମରେ ଛୋଟ ପିଲାମାନେ ସାମିଲ ହେଇପାରିବେନି । ଛୋଟ ପିଲାଙ୍କ ଦ୍ୱାରା କବିତା ପାଠ କରାଇବା, ନାରା ବାଜି କରାଇବା, ରାଜନୈତିକ ଦଳର ପତାକା ଧରାଇବା ଭଳି କାମ ଛୋଟ ପିଲାମାନେ କରିବେ ନାହିଁ । ଯଦି କୌଣସି ରାଜନୈତକ ଦଳ ନିର୍ବାଚନ ପ୍ରଚାରରେ ଛୋଟ ପିଲାଙ୍କୁ ସାମିଲ କରେ, ତେବେ ସେହି ଦଳ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।
ବାଳଶ୍ରମ ଆଇନ୍ ଜରିଆରେ ରାଜନୈତିକ ଦଳମାନଙ୍କୁ ଏଥିପାଇଁ ଦଣ୍ଡବିଧାନ କରାଯିବ । ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସରଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି । ତେବେ ଯଦି କୌଣସି ଛୁଆ ତା ବାପା ମାଆଙ୍କ ସହିତ ରହିଛି, ତେବେ ଏହାକୁ ଏହି ନିୟମରେ ଅନ୍ତର୍ଭୁକ୍ତ କରାଯିବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/eci.webp)