ଭୋଟ ଗ୍ରହଣର ୩ ଦିନ ପୂର୍ବରୁ ବାଇକ ରାଲି ମନା । ନିଷେଧାଦେଶ ଜାରି କଲେ ନିର୍ବାଚନ କମିସନ ।

Advertisment
ଭୋଟ ଗ୍ରହଣର ୩ ଦିନ ପୂର୍ବରୁ ବାଇକ ରାଲି ମନା । ନିଷେଧାଦେଶ ଜାରି କଲେ ନିର୍ବାଚନ କମିସନ ।

କନକ ବ୍ୟୁରୋ : ମତଦାନର ୭୨ ଘଣ୍ଟା ପୂର୍ବରୁ ସମସ୍ତ ନିର୍ବାଚନ ମଣ୍ଡଳୀରେ ବାଇକ୍‌ ରାଲି ଉପରେ ଆଜି ନିଷେଧାଦେଶ ଜାରି କରିଛନ୍ତି ନିର୍ବାଚନ କମିସନ। ପୂର୍ବରୁ କେବଳ ମତଦାନ ଦିନ ବାଇକ୍‌ ରାଲି ବାରଣ ଥିଲା। ତେବେ, ଏସଂକ୍ରାନ୍ତରେ ଆଗତ ରିପୋର୍ଟ, ମତାମତ ଓ ପ୍ରସ୍ତାବଗୁଡିକ ଉପରେ ବିଚାର କରିବା ପରେ ଆଜି କମିସନ ନିଷ୍ପତ୍ତି ନେଇଛନ୍ତି ଯେ ମତଦାନ ଦିବସର ୭୨ ଘଣ୍ଟା ପୂର୍ବରୁ ମତଦାନ ହେବାକୁ ଥିବା ନିର୍ବାଚନ ମଣ୍ଡଳୀରେ କୌଣସି ସ୍ଥାନରେ ବାଇକ୍‌ ରାଲି ପାଇଁ ଅନୁମତି ଦିଆଯିବ ନାହିଁ।

ଆଗାମୀ ୨୭ ତାରିଖ ଠାରୁ ଅନୁଷ୍ଠିତ ହେବାକୁ ଥିବା ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରିର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ଦିଆଯାଇଥିବା ଏକ ନିର୍ଦ୍ଦେଶନାମାରେ କମିସନ ଦର୍ଶାଇଛନ୍ତି ଯେ କେତେକ ସ୍ଥାନରେ ବାଇକ୍‌ ରାଲି ସମାଜ ବିରୋଧୀ ଉପାଦାନମାନଙ୍କ ଦ୍ୱାରା ବ୍ୟବହୃତ ହୁଏ। ତେଣୁ, ମତଦାନ ଦିନ କିମ୍ବା ମତଦାନର ଅବ୍ୟବହିତ ପୂର୍ବରୁ ବାଇକ୍‌ ରାଲି ନାମରେ ଭୋଟରଙ୍କୁ ଭୟଭୀତ କରାଯିବାର ଆଶଙ୍କା ଓ ସମ୍ଭାବନା ରହିଛି।

ସେଥିପାଇଁ ବାଇକ୍‌ ରାଲିକୁ ବିରୋଧ କରି ଆସିଥିବା ରିପୋର୍ଟ ଓ ପ୍ରସ୍ତାବ ଉପରେ ବିଚାର କରିବା ପରେ କମିସନ ନିଷ୍ପତ୍ତି ନେଇଛନ୍ତି ଯେ ମତଦାନ ତାରିଖର ୭୨ ଘଣ୍ଟା ପୂର୍ବରୁ ମତଦାନର ସମ୍ମୁଖୀନ ହେବାକୁ ଯାଉଥିବା ନିର୍ବାଚନ ମଣ୍ଡଳୀର କୌଣସି ସ୍ଥାନରେ ବାଇକ୍‌ ରାଲି ଅନୁମତି ଦିଆଯିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe