ବିଜୟ ଶୋଭାଯାତ୍ରା ଉପରେ ରୋକ୍ ଲଗାଇଲେ ନିର୍ବାଚନ କମିଶନ : ଗଣତି ଦିନ କିମ୍ବା ପରେ କୌଣସି ଶୋଭାଯାତ୍ରା କରିପାରିବେନି ବିଜୟୀ ପ୍ରାର୍ଥୀ

ମେ’ ୨ରେ ହେବ ୫ରାଜ୍ୟର ଭୋଟ ଗଣତି

234

କନକ ବ୍ୟୁରୋ : ବିଜୟ ଶୋଭାଯାତ୍ରା ଉପରେ କଟକଣା ଲଗାଇଲେ ନିର୍ବାଚନ କମିଶନ । ମେ ୨ ଗଣତି ଦିନ କିମ୍ବା ପରେ କୌଣସି ବିଜୟ ଶୋଭାଯାତ୍ରା ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ଏନେଇ ଖୁବ ଶୀଘ୍ର ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ଜଣାପଡିଛି । ମେ’ ୨ରେ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀର ନିର୍ବାଚନ ଗଣତି ହେବ ।

ଫଳାଫଳ ଆସିବା ପରେ ବିଜୟୀ ପ୍ରାର୍ଥୀ ଓ ଦଳମାନେ ବିଜୟ ଶୋଭାଯାତ୍ରା କଲେ ବହୁ ସଂଖ୍ୟାରେ ସମର୍ଥକ ଓ କର୍ମୀ ଏକାଠି ହେବାର ସମ୍ଭାବନା ରହିଛି । ଅଧିକ ଲୋକ ଏକଜୁଟ ହେଲେ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି । ଏହାକୁ ନଜରରେ ରଖି ନିର୍ବାଚନ କମିଶନ ଏଭଳି ନିଷ୍ପତିି ନେଇଛନ୍ତି । ଦ୍ୱିତୀୟ ଲହରରେ ସଂକ୍ରମଣ ବଢ଼ିବା ପାଇଁ ନିର୍ବାଚନ କମିଶନଙ୍କୁ ଗତକାଲି ଦାୟୀ କରି ଭର୍ତ୍ସନା କରିଥିଲେ ମାଡ୍ରାସ ହାଇକୋର୍ଟ ।