ନିରପେକ୍ଷ ନିର୍ବାଚନ ପାଇଁ ସତର୍କ ନିର୍ବାଚନ କମିଶନ । ୬ ରାଜ୍ୟ ପାଇଁ ନିଯୁକ୍ତ କଲେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ।

81

କନକ ବ୍ୟୁରୋ: ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ କମିଶନ ସତର୍କ । ଓଡିଶା ସମେତ ୬ ରାଜ୍ୟ ପାଇଁ ନିଯୁକ୍ତ କଲେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ । ନିର୍ବାଚନ କମିସନ ଉତ୍ତମ ଟ୍ରାକ୍ ରେକର୍ଡ ଥିବା ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । ଏହି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନେ ଅର୍ଥ, ବାହୁବଳ ପ୍ରୟୋଗ ଓ ଭୁଲ ସୂଚନା ପ୍ରସାରଣ ଦ୍ୱାରା ସୃଷ୍ଟି ହେଉଥିବା ଆହ୍ୱାନର ମୁକାବିଲା ଉପରେ ଧ୍ୟାନ ଦେବେ । ପଶ୍ଚିମବଙ୍ଗ, ୟୁପି, ମହାରାଷ୍ଟ୍ର, ବିହାର, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ଏହି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ମୁତୟନ କରାଯାଇଛି । ଓଡ଼ିଶା ନିମନ୍ତେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ପ୍ରଶାସକ ଯେଗେନ୍ଦ୍ର ତ୍ରିପାଠୀ, ପୁଲିସ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ରଜନୀକାନ୍ତ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ସେହିଭଳି ସ୍ୱତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ଆଇଆରଏସ ଅଧିକାରୀ ହୀମାଳିନୀ କାଶ୍ୟପଙ୍କୁ ନିଯୁକ୍ତି ଦିଆଯାଇଥିବା ନିର୍ବାଚନ ଆୟୁକ୍ତଙ୍କ ବିଜ୍ଞପ୍ତିରେ ସୂଚିତ କରାଯାଇଛି ।