କନକ ବ୍ୟୁରୋ : କରୋନା ମହାମାରୀ ମଧ୍ୟରେ ଅନୁଷ୍ଠିତ ହେଉଥିବା ଉପ-ନିର୍ବାଚନରେ ନିୟୋଜିତ ହୋଇଥିବା ପୋଲିସ କର୍ମୀ ଓ କେନ୍ଦ୍ରୀର ସଶସ୍ତ୍ର ସୁରକ୍ଷାବଳ ଯଦି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରନ୍ତି ତାହେଲେ ସେମାନଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ସରକାର ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବେ । ଏନେଇ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ଏହା ସହିତ ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ଓ ଇ.ଏସ.ଆଇ.ଏଲ ଇଞ୍ଜିନିୟର ମାନେ କୋଭିଡ୍ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ ସେମାନଙ୍କ ପରିବାରକୁ ବି କ୍ଷତିପୂରଣ ବାବଦରେ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି।
ଏହା ବ୍ୟତିତ ଉପରୋକ୍ତ କର୍ମଚାରୀ ମାନେ ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଯଦି ହିଂସାତ୍ମକ ଗଣ୍ଡଗୋଳ , ଉଗ୍ରପନ୍ଥୀ ଆକ୍ରମଣ, ବୋମା ବିସ୍ଫୋରଣ ଓ ରୋଡ ମାଇନ୍ସ ଦ୍ୱାରା ମୃତ୍ୟୁ ବରଣ କରନ୍ତି ତେବେ ମୃତକଙ୍କ ପରିବାରକୁ ବି ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବ ବୋଲି ନିର୍ବାଚନ ଆୟୋଗ ଏକ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି ।
ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ନିର୍ବାଚନ ଆୟୋଗ । କୋଭିଡ୍ କିମ୍ବା ହିଂସାରେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷର ଅନୁକମ୍ପା ରାଶି
Advertisment
Follow Us