କାହା ହାତକୁ ଯିବ ବିଜେପୁର, ବିଗୁଲ ବାଜିବା ପରେ ବଢିଲା ତାତି ! ତାରିଖ ଘୋଷଣା ପରେ କିଏ ହେବେ ପ୍ରାର୍ଥୀ ଆରମ୍ଭ ହେଲା ଅଙ୍କକଷା

Advertisment
ବିଜେପୁରରେ କିଏ ମାରିବ ବାଜି? ସକାଳ ୮ଟାରେ ହେବ ଭୋଟ ଗଣତି, ଅପରାହ୍ଣ ସୁଧା ସ୍ପଷ୍ଟ ହେବ ଚିତ୍ର

କନକ ବ୍ୟୁରୋ: ବିଜେପୁର ପାଇଁ ବାଜିଲା ବିଗୁଲ । ଅକ୍ଟୋବର ୨୧ ତାରିଖରେ ହେବ ବହୁଚର୍ଚ୍ଚିତ ବିଧାନସଭା ନିର୍ବାଚନୀ ମଣ୍ଡଳି ବିଜେପୁର ଉପନିର୍ବାଚନ । ତେବେ ନାମାଙ୍କନ ଭରିବାର ଶେଷ ତାରିଖ ସେପ୍ଟେମ୍ବର ୩୦ ତାରିଖ ଥିବା ବେଳେ ଅକ୍ଟୋବର ୧ ତାରିଖରେ ନାମାଙ୍କନପତ୍ର ଯାଂଚ କରାଯିବ । ଅକ୍ଟୋବର ୨୪ ତାରିଖରେ ହେବ ଭୋଟ ଗଣତି । ତେବେ ବିଭିନ୍ନ ରାଜ୍ୟର ୬୪ଟି ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିବା ଅବସରରେ ଆଜି ବିଜେପୁର ଉପନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ ।

publive-image

ଏପଟେ ବିଜେପୁର ବିଗୁଲ ବାଜିବା ପୂର୍ବରୁ ବିଜେଡି ଆରମ୍ଭ କରିଦେଇଛି ଏକ ବଡ଼ଧରଣର କସରତ । ବିଜେପୁର ଉପ-ନିର୍ବାଚନରେ କିଏ ପ୍ରାର୍ଥୀ ହେବେ ସେନେଇ ବିଜେଡି ଏକ ୪ ଜଣିଆ କମିଟି ଗଠନ ମଧ୍ୟ କରିସାରିଛି । ଏହି କମିଟି ପ୍ରାର୍ଥୀଙ୍କ ନାଁ ସୁପାରିଶ କରିବେ ଆଉ ଯାହା ଉପରେ ସୁପ୍ରିମୋଙ୍କ ମୋହର ବାଜିବ ସିଏ ହିଁ ବିଜେଡିର ବିଜେପୁର ପ୍ରାର୍ଥୀ ହେବେ । ସେହିଭଳି କଂଗ୍ରେସ ଓ ବିଜେପି କାହାକୁ ପ୍ରାର୍ଥୀ କରିବେ ସେନେଇ ଦୁଇ ଦଳ ଜୋରଦାର କସରତ ଚଳାଇଛନ୍ତି । ଆଉ ଏସବୁ ଭିତରେ ବିଜେପୁରରେ ଏକ ପ୍ରକାର ପ୍ରଚାର ଆରମ୍ଭ ଦେଇଛନ୍ତି ବିଜେଡିର ରୀତା ସାହୁ ।

publive-image

କାହିଁକି ନା ସୁବାସ ଚୌହାନଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ମିଳିବା ପରେ ରୀତା ସାହୁଙ୍କ ରାସ୍ତା ଏକ ପ୍ରକାର ସଫା ହୋଇଯାଇଛି । ବିଜେପୁର ମଇଦାନରେ ବିଜେଡି ପ୍ରାର୍ଥୀ ଦୌଡରେ ସବୁଠାରୁ ଆଗରେ ରହିଛି ରୀତା ସାହୁଙ୍କ ନାଁ । ତେଣୁ ବିଧିବଦ୍ଧ ଭାବେ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବା ପୂର୍ବରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇ ସାରିଛନ୍ତି ଟିକେଟ ଦୌଡ଼ରେ ଆଗରେ ଥିବା ଆଶାୟୀ ପ୍ରାର୍ଥୀ ରୀତା ସାହୁ । ବିଭିନ୍ନ ସଭା ସମିତିରେ ସାମିଲ ହେବା ସହ ସିଧାସଳଖ ଯାଇ ଲୋକଙ୍କୁ ଭେଟୁଛନ୍ତି । ଆଉ ଚର୍ଚ୍ଚା ହେଉଛି ରୀତା ସାହୁ, ବିଜେଡି ସୁପ୍ରିମୋଙ୍କୁ ଆସି ଭେଟିପାରନ୍ତି । ତେବେ ଟିକେଟ କାହାକୁ ମିଳିବ ତାହା ସୁପ୍ରିମଙ୍କ ନିଷ୍ପତି ବୋଲି ରୀତା ସାହୁ କହିଛନ୍ତି ।

publive-image

ଏପଟେ କଂଗ୍ରେସ କାହାକୁ ଟିକେଟ ଦେବ ସେନେଇ ଦଳ ପକ୍ଷରୁ କରାଯାଉଛି ମାରାଥନ ବୈଠକ । ଏହାରି ଭିତରେ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଥିବା ରିପୁନାଥ ସେଠ୍ ପୁଣି ଥରେ ନିର୍ବାଚନ ଲଢ଼ିବା ପାଇଁ ଅଂଟା ଭିଡିଛନ୍ତି । ଉପ-ନିର୍ବାଚନ ସମୟରେ କଂଗ୍ରେସ ପ୍ରାର୍ଥୀ ଥିବା ପ୍ରଣୟ ସାହୁ, ଅଚନାକ୍ ଦଳ ଛାଡ଼ି ଦେବା ପରେ ବିଜେପୁରରେ କଂଗ୍ରେସର ମଙ୍ଗ ଧରିଥିଲେ ରିପୁନାଥ ସେଠ । ସେହିଭଳି ବିଜେଡି ଓ କଂଗ୍ରେସର ଏହି ତାମାମ କସରତ ଭିତରେ ପ୍ରଶ୍ନ ହେଉଛି ବିଜେପୁର ଉପ-ନିର୍ବାଚନରେ କିଏ ହେବେ ବିଜେପି ପ୍ରାର୍ଥୀ? ଗତ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ନା’ ସାଧାରଣ ନିର୍ବାଚନରେ ଲଢ଼ିବା ସନତ ଗଡ଼ତିଆ? ସନତ ଗଡ଼ତିଆଙ୍କୁ ଏହି ରେସରେ ଆଗରେ ଥିବା ଚର୍ଚ୍ଚା ହେଉଛି, କାରଣ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଲଢ଼ି ୫୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ ସତନ ।

publive-image

୨୦୧୯ ନିର୍ବାଚନରେ ୨ଟି ଆସନରୁ ନିର୍ବାଚନ ଲଢ଼ିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମେ’ ୨୭ ତାରିଖରେ ବିଜେପୁର ଆସନ ଛାଡ଼ିଥିଲେ । ଅର୍ଥାତ୍ ଏହାର ୬ ମାସ ଭିତରେ ନିର୍ବାଚନ ହେବ । ତେଣୁ ଆଜି ବିଜେପୁର ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ଏବେ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ତଥା ବିଜେଡି, ବିଜେପି ଏବଂ କଂଗ୍ରେସର ବିଜେପୁର ପ୍ରାର୍ଥୀ କିଏ ହେବେ ତା ଉପରେ ବର୍ତ୍ତମାନ ରହିଛି ସମସ୍ତଙ୍କ ନଜର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe