କନକ ବ୍ୟୁରୋ : ଅନୁଗୁଳ ଆଠମଲ୍ଲିକରେ ଏଥର ହେଉଛି ତ୍ରିମୁଖୀ ଲଢେଇ । ମୈଦାନରେ ଅଛନ୍ତି କଂଗ୍ରେସର ବିଜୟାନନ୍ଦ ଚାଉଳିଆ, ବିଜେଡିରୁ ରମେଶ ସାଏ ଓ ବିଜେପିର ଜିଲ୍ଲା ସଭାପତି ଭାଗୀରଥୀ ପ୍ରଧାନ । ଗତଥର ଏଠାରୁ ବିଜେଡିର ସଂଜୀବ ସାହୁ ଜିତିଥିଲେ । ଏଥର କିନ୍ତୁ ତାଙ୍କୁ ଟିକେଟ ମିଳିନାହିଁ । ତାଙ୍କ ସ୍ଥାନରେ ଲଢୁଛନ୍ତି ରମେଶ ସାଏ । କଂଗ୍ରେସ ନୂଆ ମୁହଁ ଦେଇଥିବାବେଳେ ବିଜେପିର ଜିଲ୍ଲା ସଭାପତି ଭାଗୀରଥୀ ପ୍ରଧାନ । ୩ ପ୍ରାର୍ଥୀ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ନିଜ ନିଜ ଦଳ ସପକ୍ଷରେ ଭୋଟ ମାଗୁଛନ୍ତି ନେତା ।
ସେପଟେ, ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ପୋଲିଂ ପାର୍ଟି ବୁଥକୁ ଯିବା ପାଇଁ ପହଁଚି ସାରିଲେଣି । ଇଭିଏମ ମେସିନ ସହ ଆଜି ବିଭିନ୍ନ ବୁଥକୁ ଯିବେ ପୋଲିଂ ପାର୍ଟି । ଆସନ୍ତାକାଲି ଇଭିଏମ ମେସିନ୍ ଗୁଡିକର ପରୀକ୍ଷାମୂଳକ ଭାବେ ଯାଂଚ କରାଯିବ । କଡା ସୁରକ୍ଷା ବଳୟ ଭିତରେ ପୋଲିଂ ପାର୍ଟିକୁ ବୁଥ ମାନଙ୍କରେ ପହଁଚାଇବା ପାଇଁ ପ୍ରସ୍ତୁତି କରାଯାଇଛି ।
ଆଦିବାସୀ ଅଧୁସିତ ମାଲକାନଗିରିରେ ନିର୍ଣ୍ଣାୟକ ଭୂମିକା ନେବେ ଆଦିବାସୀ ଭୋଟର । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨ ଲକ୍ଷରୁ ଅଧିକ ଭୋଟର ରହିଛନ୍ତି । ସେମାନଙ୍କ ଭୋଟ ଉଭୟ ବିଧାନସଭା ଓ ନବରଙ୍ଗପୁର ଲୋକସଭା ଆସନ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ତେଣୁ ସମସ୍ତ ରାଜନୈତିକ ଦଳ ଏମାନଙ୍କ ଭୋଟ ହାତେଇବା ପାଇଁ ସ୍ୱତନ୍ତ୍ର ରଣନୀତି ଆପଣେଇଛନ୍ତି । ତେବେ କାହାକୁ ଆଦିବାସୀ ମାନେ ବିଶ୍ୱାସ କରିବେ ଓ ଭୋଟ ଦେବେ ତାହା ଉପରେ ରହିଛି ନଜର ।/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/Screen-Shot-2019-04-09-at-10.25.37-AM.png)