କନକ ବ୍ୟୁରୋ : ମାଓଗଡ଼ରେ ନିର୍ଭୟରେ ନିର୍ବାଚନ ପ୍ରଚାରରେ ମାତିଛନ୍ତି ପ୍ରାର୍ଥୀ ଓ ନେତା । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଚଳଚଂଚଳ ହୋଇପଡ଼ିଛି ପୁରପଲ୍ଲୀ, ଗାଁରୁ ସହର  । ନବରଙ୍ଗପୁର ଜିଲ୍ଲାର ମାଓ ଅଂଚଳ ଭାବେ ପରିଚିତ ଓଡ଼ିଶା ଛତିଶଗଡ଼ ସୀମାନ୍ତ ଅଂଚଳରେ ଚାଲିଛି ନିର୍ବାଚନ ପ୍ରଚାର । ରାଇଘର ବ୍ଲକରେ ୨୬ଟି ପଂଚାୟତ ରହିଛି ।  ବିଜେଡି ଓ ବିଜେପି ନିଜ ସମର୍ଥିତ ପାର୍ଥୀଙ୍କ ସହ ଗାଁ ଗାଁକୁ ଯାଇ ନିଜ ସପକ୍ଷ ରେ ଭୋଟ ମାଗୁଛନ୍ତି । ବିଶେଷକରି ରାଇଘରର ମାଓ ଅଂଚଳ ଗୋନାରେ ନିର୍ଭୟରେ ପ୍ରଚାର ଚାଲିଛି ।

Advertisment

୨୦୧୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଗୋନା ହାଟ ପଦା ଠାରେ ବିଜେଡି ବିଧାୟକ ଜଗବନ୍ଧୁ ମାଝୀ ଓ ତାଙ୍କ ପିଏସଓ ପିଙ୍କୁ ପାତ୍ରଙ୍କୁ ଦିନ ଦ୍ୱିପହରେ ଗୁଳି କରି ହତ୍ୟା କରାଯାଇଥିଲା  । ସେଠାରେ ଏବେ ନିର୍ଭୟରେ ସମସ୍ତ ପ୍ରାର୍ଥୀ ଘର ଘର ବୁଲି ପ୍ରଚାର କରୁଛନ୍ତି  । ପ୍ରାର୍ଥୀମାନଙ୍କୁ ପୋଲିସ ପକ୍ଷରୁ କୌଣସି ସୁରକ୍ଷା ଯୋଗାଇ ଦିଆଯାଇ ନଥିବା ବେଳେ ପ୍ରାର୍ଥୀମାନେ ବି ପୋଲିସ ସୁରକ୍ଷାର ଆବଶ୍ୟକ ନାହିଁ ବୋଲି କହିଛନ୍ତି  । ଆବଶ୍ୟକ ହେଲେ ପୋଲିସକୁ ସୁରକ୍ଷା ମାଗିବୁ ବୋଲି କହିଛନ୍ତି  ।